June 26, 2025

Utkal Sambad

ରୋଟାରି କ୍ଳବ ୩୨୬୨ ଦ୍ୱାରା ଚରଣ ସ୍ପର୍ଶ ଓ “ଏକ କଦମ କନ୍ୟା କେଲିଏ “ର ଉଦଯାପନୀ ସମାରୋହ ଅନୁଷ୍ଠିତ 

ଭୁବନେଶ୍ୱର: ଓଡିଶୀ ଗବେଷଣା କେନ୍ଦ୍ର ଠାରେ ରୋଟାରି କ୍ଲବ ୩୨୬୨ ଦ୍ୱାରା ଚରଣ ସ୍ପର୍ଶ ୫.0 ଅନୁଷ୍ଠିତ ହେଇଯାଇଅଛି l ଆମ ଓଡ଼ିଆ ର ନିତୀ ଆଦର୍ଶ ଓ ପରମ୍ପରା ରେ ଚରଣ ସ୍ପର୍ଶ ର ମହତ ରହିଆସିଅଛି l ତାହା କୁ ଆମ ଓଡ଼ିଆ ମାନେ ଆଧୁନିକତାର ସ୍ପର୍ଶ ରେ କ୍ରମଶଃ ଭୁଲି ଗଲେଣି l ତାହା କୁ ପୁନର୍ଜୀବିତ କରି ସମାଜରେ ବିଲୁପ୍ତ ପ୍ରାୟ ଅତୀତର ରିତୀ ନିତୀ କୁ ଆଧୁନିକ ସମାଜ ପାଖରେ ଉପସ୍ଥାପନା କରି ସଚେତନତାର ବାର୍ତ୍ତା ଦେବା ପାଇଁ ରୋଟାରି କ୍ଲବ ଆରମ୍ଭ କରିଛି ଚରଣ ସ୍ପର୍ଶ କାର୍ଯ୍ୟକ୍ରମ, ପ୍ରୟାସ ସ୍ୱର୍ଣ୍ଣିମ ଅତୀତକୁ ପୁଣି ଲୋକ ଲୋଚନଙ୍କ ପାଖରେ ପହଞ୍ଚାଇବା, ସୃଷ୍ଟିକରିବା ସେହି ମଧୁର ସମ୍ପର୍କ ର ସେତୁ l ଯେଉଁଥିରେ ଛଳନା ନାହିଁ କି ଅଭିମାନ ନାହିଁ ଅଛି କେବଳ ଆତ୍ମ ତୃପ୍ତି ଓ ଅମ୍ବୃତ ପ୍ରାପ୍ତିର ସାନିଧ୍ୟ l ଆଜିର ଅତିଥି ରୂପେ ଅଭିନେତା ଓ ରାଜ ନେତା ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ, ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଏବଂ ରାଜ୍ୟର ପ୍ରଥମ ମହିଳା ଅନ୍ତର୍ଜାତୀୟ କ୍ରୀଡ଼ାବିତ ମିନତୀ ମହାପାତ୍ର, ଯାହାଙ୍କ ଚରଣ ସ୍ପର୍ଶ କରି ଭିନ୍ନ ଏକ ପରମ୍ପରା ସୃଷ୍ଟି କରିଥିଲେ ସହ ପ୍ରାନ୍ତପାଳ ରୋଟାରୀଆନ ସରୋଜ କୁମାର ଦାଶ ଓ କନ୍ୟା ଅନମୋଲ ହୈ ର ସଦସ୍ୟ ସଦସ୍ୟା ମାନେ ସହଯୋଗ କରି ଥିଲେ l ଏହା ସହିତ ଅପରାହ୍ନ ରେ କନ୍ୟା ଅନମୋଲ ହେଁ କାର୍ଯ୍ୟକ୍ରମ କରା ଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଡିଷ୍ଟ୍ରିକ୍ଟ ଗଭର୍ନର ଯଜ୍ଞାସିସ ମହାପାତ୍ର ଏବଂ ରୋଟାରୀ ଜିଲ୍ଲା ର ବିଭିନ୍ନ କ୍ଲବ ର ସଭାପତି ଓ ସଦସ୍ୟ ମାନେ l