June 26, 2025

Utkal Sambad

ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟସ ପକ୍ଷରୁ ଏସଆଇଏଲ ଫୁଡ୍ସ ବ୍ରାଣ୍ଡ ଅଧିଗ୍ରହଣ

ଭାରତୀୟ ଐତିହ୍ୟକୁ ପୁନର୍ଜୀବିତ କରିବା ଦିଗରେ ପଦକ୍ଷେପ

ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍ (ଆରସିପିଏଲ) ପକ୍ଷରୁ ଏସଆଇଏଲ ଫୁଡ୍ସ ବ୍ରାଣ୍ଡ ଅଧିଗ୍ରହଣ କରାଯାଇଥିବା ଘୋଷଣା କରାଯାଇଛି। ଉପଭୋକ୍ତା ଉତ୍ପାଦ କ୍ଷେତ୍ରରେ ନିଜର ସ୍ଥିତିକୁ ମଜବୁତ କରିବା ଏବଂ ଭାରତୀୟ ଐତିହ୍ୟ ବ୍ରାଣ୍ଡଗୁଡିକୁ ପୁନର୍ଜୀବିତ କରିବା ଦିଗରେ କମ୍ପାନୀର ରଣନୀତିର ଏହି ପଦକ୍ଷେପ ଏକ ଅଂଶ ଗୁଣାତ୍ମକ ଖାଦ୍ୟ ସାମଗ୍ରୀ ପାଇଁ ଲୋକପ୍ରିୟ ଏସଆଇଏଲ ଏବେ ଆରସିପିଏଲର ବିସ୍ତୃତ ସମ୍ଭାରର ଏକ ଅଂଶ ହେବ।

ଏହି ଅବସରରେ ଆରସିପିଏଲ ସିଇଓ କେତନ ମୋଦି କହିଛନ୍ତି ଯେ “ଆମେ ଭବିଷ୍ୟତର ବ୍ୟବସାୟ ନିର୍ମାଣ କରିବା ବେଳେ ଭାରତର ସଂସ୍କୃତି ଏବଂ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ପ୍ରତିବଦ୍ଧ। ଏସଆଇଏଲ ଫୁଡ୍ସର ଅଧିଗ୍ରହଣ ଆମକୁ ଭରତୀୟ ଖାଦ୍ୟ ଓ ଖାଦ୍ୟସାମଗ୍ରୀଗୁଡିକୁ ଉପଭୋକ୍ତାଙ୍କ ପାଖରେ ନୂତନ ତଥା ଅଭିନବ ଫର୍ମାଟରେ ପହଞ୍ଚାଇବାରେ ସହାୟକ ହେବ।

ଆରସିପିଏଲ ଏସଆଇଏଲ ବ୍ରାଣ୍ଡର ଗୁଣବତ୍ତା ଏବଂ ବିତରଣ ନେଟୱାର୍କରେ ଉନ୍ନତି ଆଣିବ ଏସଆଇଏଲ ଫୁଡ୍ସର ପରିଚାଳନା ନିର୍ଦ୍ଦେଶକ ଅଜୟ ମାରିୱାଲା କହିଛନ୍ତି, “ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ସହିତ ଯୋଡି ହୋଇ ଏସଆଇଏଲ ବ୍ରାଣ୍ଡକୁ ଏକ ନୂତନ ପରିଚୟ ଦେବାକୁ ଆମେ ଉତ୍ସାହିତ। ଏହି ସହଭାଗିତା ଏସଆଇଏଲକୁ ଏକ ବ୍ୟାପକ ତଥା ଆଧୁନିକ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହେବ।”