ଭୁବନେଶ୍ୱର : କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଆଜି କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଟେନିସ୍ ସେଣ୍ଟର ଅଡ଼ିଟୋରିୟମ୍ ଠାରେ ଓଡ଼ିଶା କ୍ରୀଡାନୀତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଓଡ଼ିଶାରେ କ୍ରୀଡାର ବିକାଶ ପାଇଁ କ୍ରୀଡାନୀତି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି। ଏଥିସହିତ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ତୃଣମୂଳ ସ୍ତରରେ କ୍ରୀଡାପ୍ରତିଭାମାନଙ୍କୁ ଚୟନ କରି ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତବ୍ୟକ୍ତ କରିଥିଲେ।
ରାଜ୍ୟରେ ଜିଲ୍ଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବା, ବ୍ଲକସ୍ତରରେ କ୍ରୀଡ଼ାକେନ୍ଦ୍ରର ନିର୍ମାଣ ଏବଂ କ୍ରୀଡା ନର୍ସରୀ ପ୍ରତିଷ୍ଠା ମାଧ୍ୟମରେ ବିଭିନ୍ନ ଯୁବପ୍ରତିଭାମାନଙ୍କୁ ଚୟନ କରାଯାଇ ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ ସଶକ୍ତ କରାଯାଇପାରିଲେ କ୍ରୀଡ଼ାର ବିକାଶ ହୋଇପାରିବ। ଏଥିସହ ବିଦ୍ୟାଳୟ, ଆନ୍ତଃବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଜିଲ୍ଲା, ରାଜ୍ୟ ସ୍ତରରେ କ୍ରୀଡା ପ୍ରତିଯୋଗିତା ଆୟୋଜନ ମାଧ୍ୟମରେ କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ମନ୍ତ୍ରୀ କହିଥିଲେ।
More Stories
ଆଶୁତୋଷ ପାଇ ଭାପୁର ବ୍ଲକ ଉତ୍ସବ ମୁଖର
ଆନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ (ଏଫଆଇଭିବି) ପ୍ରଶାସନିକ ବୋର୍ଡରେ ଯୋଗଦେଲେ ଈଶା ଅମ୍ବାନୀ ଏବଂ ଲୁଇସ୍ ବାୱଡେନ୍
ଚତୁର୍ଥ ଏଲ୍ସିସି ଅଣ୍ଡର୍-୧୫ କ୍ରିକେଟ୍ ! ଉଦଘାଟନ ମ୍ୟାଚ୍ ରେ ବିବିସିଏ କ୍ଲବ୍ ବିଜୟୀ