ଗଣିଆ -(ମନୋରଞ୍ଜନ ମଳିକ )-ଓଡିଶା ରାଜସ୍ୱ ଅମଲା ସଙ୍ଘ ନିର୍ଦେଶ କ୍ରମେ ନୟାଗଡ ଜ଼ିଲ୍ଲା ଗଣିଆ, ଦଶପଲ୍ଲା, ଖଣ୍ଡପଡା, ଭାପୁର, ନୂଆଗାଁ, ନୟାଗଡ, ଓଡଗାଁ, ରଣପୁର ବ୍ଲକ ର ସମସ୍ତ ଅମଲା ସଦସ୍ୟ ମାନେ ସୋମବାର ଦିନ 10ଦଫା ପୂରଣ ପାଇଁ ସାମୁହିକ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି, କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନ ରେ ପହଁଚି ଥିଲେ ମଧ୍ୟ ରାଜ୍ୟସରକାର କର୍ଣ୍ଣପାତ କରୁନାହାନ୍ତି ବୋଲି ଜଣାପଡିଛି, ଅମଲା ସଙ୍ଘ କାର୍ଯ୍ୟବନ୍ଦ ଯୋଗୁ ଜନସାଧାରଣ ମାନେ ବହୁତ ଅସୁବିଧା ହୋଇ ନିରାଶ ହୋଇ ଘରକୁ ଫେରୁଛନ୍ତି, ଛାତ୍ରଛାତ୍ରୀ ମାନଙ୍କ ର ନାମ ଲେଖା ଚାଲିଥିବାରୁ ସାଟିଫିକେଟ ନ ପାଇଁ ନିରାଶ ହୋଇ ଫେରୁଛନ୍ତି, ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଦାବୀ ଗୁଡ଼ିକ ପୂରଣ କରି ବିଜ୍ଞପ୍ତି ପ୍ରକାଶ ନ କରିବା ଯାଏ ଆନ୍ଦୋଳନ ଜାରୀ ରହିବ ଏବଂ ଜନସାଧାରଣ ଙ୍କ ଅସୁବିଧା ପାଇଁ ସରକାର ସମ୍ପୂର୍ଣ ଦାୟୀ ରହିବେ ବୋଲି ସଙ୍ଘ ତରଫରୁ କୁହାଯାଇଛି, ରାଜ୍ୟ ସରକାର କୁ ବାରମ୍ବାର ଦାବୀ କରୁଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବାରୁ ସମସ୍ତ ରାଜସ୍ୱ ଅମଲା ସଙ୍ଘ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବାକୁ ନିଷ୍ପତି ନେଇଛନ୍ତି, ରାଜ୍ୟ ସରକାର ଶୀଘ୍ର ଅମଲା ସଙ୍ଘ ଦୁଃଖ ବୁଝିବା ପାଇଁ ଜନସାଧାରଣ ଲୋକ ମାନେ ଦାବୀ କରିଛନ୍ତି,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ