June 26, 2025

Utkal Sambad

ରାଜଧାନୀ ଷ୍ଟିଲ ର ନୂତନ ଗୋଦାମ ଗୃହ ଉଦଘାଟିତ

ଭୁବନେଶ୍ୱର: କଟକ ପୁରୀ ରୋଡ଼ ଲକ୍ଷ୍ମୀସାଗର ଛକ ଠାରେ ଖୋଲିଲା ରାଜଧାନୀ ଷ୍ଟିଲ ର ନୂଆ ଗୋଦାମ ଏବଂ ବିକ୍ରୟ କେନ୍ଦ୍ର l ମାନୁଫ୍ୟାଚେରିଙ୍ଗ ରୁ ଟ୍ରେଡିଙ୍ଗ ବ୍ୟବସାୟ କୁ ପ୍ରବେଶ କରିଛି “ରାଜଧାନୀ ଷ୍ଟିଲ “ଗତ ସନ୍ଧ୍ୟାରେ ଏହି ପ୍ରତିଷ୍ଠାନ ର ଶୁଭ ଉଦଘାଟନ ଅବସରରେ ପ୍ରତିଷ୍ଠାନର ମାଲିକ ନିଜ ବାପାଙ୍କ କରକାମଳରେ ଫିତା କାଟି ଏବଂ ନିଜର ପ୍ରଶଂସକ ଓ ସୁଭେଛୁ ମାନଙ୍କର ଆଶୀର୍ବାଦ କାମନା କରି ନିଜର ନୂତନ ଗୋଦାମ ଗୃହ ଓ ସେଲସ କାଉଣ୍ଟର ର ଶୁଭ ଉଦଘାଟନ କରିଥିଲେ l ଏହି ରାଜଧାନୀ ଷ୍ଟିଲ ଦୀର୍ଘ ୨0 ବର୍ଷଧରି ତାର ଗ୍ରାହକ ମାନଙ୍କୁ ତାର କମ୍ପାନୀ ନିର୍ମିତ ଷ୍ଟିଲ ର ପ୍ରତିଟି ଘରୋଇ ବ୍ୟବହୃତ ସାରଞ୍ଜାମ ଯୋଗାଇ ଗ୍ରାହକ ମାନଙ୍କ ପାଖରେ ନିଜର ବିଶ୍ୱସନିୟତା ବୃଦ୍ଧି କରି ପାରିଛି l ସେହି ସ୍ନେହ, ଶ୍ରଦ୍ଧା ଓ ବିଶ୍ୱାସ କୁ ପାଥେୟ କରି ଟ୍ରେ୍ଡ଼ିଂ କ୍ଷେତ୍ରରେ ପ୍ରବେଶ କରିଛି “ରାଜଧାନୀ ଷ୍ଟିଲ”, ଏବଂ ଆଶାବାଦୀ ଅଛନ୍ତି ପୂର୍ବ ଭଳି ତାର ଗ୍ରାହକ ମାନଙ୍କର ବିଶ୍ଵସନିୟତା କୁ ବଜାୟ ରଖିବା ପାଇଁ l ଏଠାରେ ତାର ଗ୍ରାହକ ମାନଙ୍କୁ ଶୁଭ ଘୋଷଯାତ୍ରା ଅବସରରେ ବିଶେଷ ରିହାତି ଦରରେ ଯୋଗାଇ ଦେଉଛି ଏସ. ଏସ. ପାଇପ, ଏସ. ଏସ. ସିଟ, ବାଲୁଷ୍ଟାର ପିଲାର, ଆଙ୍ଗେଲ, ଫ୍ଲାଟ, ରଡ଼, ସ୍କୋୟାର ବାର, ଏଚ. ପି. ଏଲ, ଏ. ସି. ପି. ଏବଂ ଏସ. ଏସ. ଫିଟିଙ୍ଗସ ଏବଂ ଆହୁରି ଅନେକ l ଏହାର ସୁଯୋଗ ନେବାକୁ “ରାଜଧାନୀ ଷ୍ଟିଲ “ତାର ଗ୍ରାହକ ବଂଧୁ ମାନଙ୍କୁ ନିବେଦନ କରିଛି l
ଭୁବନେଶ୍ୱର ରୁ ଦେବେନ୍ଦ୍ର ପରିଡାଙ୍କ ରିପୋର୍ଟ ନିୟୁଜ ପ୍ଲସ ଓଡ଼ିଆ l