( ଅଣୁଗଳ୍ପ )
ରବି ନାରାୟଣ ମହାନ୍ତି, ଭଞ୍ଜନଗର
ସେଦିନ ଭୁବନେଶ୍ୱର ବସ ଷ୍ଟାଣ୍ଡରେ ଏକ ସିମେଣ୍ଟ ଚୌକିରେ
ମୁଁ ବସିଥିଲି ବସ ଅପେକ୍ଷାରେ l ବସ ଛାଡିବାକୁ ଏକ ଘଣ୍ଟା ବିଳମ୍ବ ଥିଲା ବହୁତ ଆଗୁଆ ମୁଁ ଟିକେଟ କାଟି ଥିବାରୁ ସାତ ନମ୍ବର ସିଟଟି ମୋତେ ମିଳି ଯାଇଥିଲା l ନିଜେ ସମୟ କାଟିବା ପାଇଁ ଭଜା ବାଦାମ କୋଡିଏ ଟଙ୍କା ଦେଇ କିଣିଲି ତିନୋଟି ପୁଡିଆ l ଝିଅଟିଏ ମୋ ବସିବା ଜାଗାରୁ କିଛି ଦୂରରେ ତଳେ ବସିଥିଲା ଏବଂ ସେଠାରେ ସେ ପାଉଁରୁଟି ଖାଉଥିଲା ଗରମ ଚା ରେ ବୁଡାଇ l ସେହି ଝିଅଟି ବିବାହ କି ଅବିବାହିତ ମୁଁ ତା ଭେଷ ଓ ଭୁଷା ରୁ ଆକଳନ କରି ପାରୁନଥିଲି l ପାଖରେ ଥିଲା ଏକ ବଡ଼ ବସ୍ତା ଯେଉଁଥିରେ ପ୍ଲାଷ୍ଟିକ ବୋତଲ ଭର୍ତ୍ତୀ ହୋଇ ରହିଥିଲା l ଝିଅଟିର କେବଳ ବୟସ ଥିଲା ଆଉ କିଛି ନଥିଲା l ମୁଁ ବାଦାମ ଖାଇବା ଭିତରେ ମୋ ଆଖି ଡୋଳାକୁ
ପେଚା ପରି ଚଉଦିଗକୁ ବୁଲାଉଥିଲି l ଝିଅଟିର ପାଉଁରୁଟି ଖିଆ ସରିଲା l
ଟିକିଏ ଯାଇଛି କି ନାହିଁ ଗୋଟିଏ ଫୋନ କଲ ମୋତେ ଶୁଣାଗଲା ମୁଁ ପକେଟ ଦେଖିଲି ଏହି କଲଟି ମୋର
ନଥିଲା l ତାହା ଥିଲା ସେହି ଫୋନ କଲଟି ସେହି ବୋତଲ ଗୋଟାଳି ଝିଅଟିର l ଭାରି ଖୁସିରେ କଥା ହେଉଥିଲା କରିଥିବା ବ୍ୟକ୍ତି ସହିତ l ସତେ ନିଜେ ଜଣେ ସଚ୍ଚା ପ୍ରେମିକା ପରି l ଆଶ୍ଚର୍ଯ୍ୟ ହେଲି ବୋତଲ ଗୋଟାଉଛି ଅଥଚ ଆଠ କି ଦଶ ହଜାର ଟଙ୍କାର ସ୍ମାର୍ଟ ଫୋନ ନିଜ ପାଖରେ ରଖି ବ୍ୟବହାର କରୁଛି l ଝିଅଟି ଭାରି ଖୁସିରେ ବଡ଼ ପାଟିରେ ପୁଣି ବିନା ଭୟରେ ସେହି ବ୍ୟକ୍ତି ଜଣକ (ଯାହା ଥିଲା ମୋତେ ଅଜଣା ) ସହିତ କଥା ହେଉଥିଲା l
ବଡ଼ ଆଶ୍ଚର୍ଯ୍ୟ ହେଉଥିଲି ମଝିରେ
ମଝିରେ ଝିଅଟି ନିଜ ଫୋନକୁ କିସ ( kiss ) ଦେଉଥିଲା l ମୋତେ କେବଳ ଝିଅଟିର ଫାଳକ କଥା ଶୁଣା ଯାଉଥିଲା ମାତ୍ର ଅଦୃଶ୍ୟ ବ୍ୟକ୍ତିର କଥା କେବଳ ଝିଅଟିକୁ ଶୁଣା ଯାଉଥିଲା l ପୁଣି ମୁଁ ଭାବିଲି ଏହି ଜରାଜୀର୍ଣ୍ଣ ରୂପରେ ମଧ୍ୟ ଏହି ଝିଅଟିର ଗୋଟିଏ ଆବେଗଭରା ପ୍ରେମିକଟିଏ ରହିଛି l
ଏହି ସମୟରେ
ମୋ ଗାଡିର ଡ୍ରାଇଭର ଗାଡିର ହର୍ଣ୍ଣ ବଜାଇଲା l ଝିଅଟି ସେହିପରି ଫୋନରେ କଥାବାର୍ତ୍ତାରେ ବ୍ୟସ୍ତ ରହିଥିଲା l ମୁଁ ସେହି ବୋତଲ ସଂଗ୍ରହକାରୀ ଝିଅଟି ଆଡେ ଅନେଇ, ଅନେଇ ଭଞ୍ଜନଗର ଗାଡି ଅଭିମୁଖେ ଯାଉଥିବା ଗାଡି ଉପରକୁ ଉଠିଲି l
More Stories
ଭୃଣ
ଆଲୋକର ଖେଳ