June 26, 2025

Utkal Sambad

ରଥ କାଠ ଅନୁକୂଳ ସ୍ଥାନକୁ ପ୍ରଶାସନ ର ନଜର ପଡିବ କେବେ?

ଗଣିଆ -(ମନୋରଞ୍ଜନ ମଳିକ )-ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଲାଗି ନୟାଗଡ ଜ଼ିଲ୍ଲା ଗଣିଆ ଓ ଦଶପଲ୍ଲା ବନଖଣ୍ଡ ରୁ ରଥ କାଠ ଯୋଗାଇ ଦେବା ପାଇଁ ସବୁ ବ୍ୟବସ୍ଥା ରହିଅଛି, ରଥଯାତ୍ରା ଲାଗି ଆବଶ୍ୟକ କାଠ କାଟିବା ପୂର୍ବରୁ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମପଂଚାୟତ ର ବଡମୂଳ ସ୍ଥିତ ମା ବଡ ରାଉଳ ପୀଠରେ ଏକ ସ୍ୱତତ୍ର ପୂଜାଚ ର୍ନା ହୋର ଥାଏ, ମାଦଳା ପାଞ୍ଜି ବର୍ଣିତ ଶ୍ରୀମନ୍ଦିର ସ୍ୱତ ଲିପି ଓ ରଥ ନିର୍ମାଣ ସଂହିତା ଅନୁଯାୟୀ ଜଗନ୍ନାଥ ସଂସ୍କୃତି ର ପାରମ୍ପରିକ ନୀତିରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ମାନେ ଅଜ୍ଞାମାଳ, ଖଣ୍ଡୁଆ ମହାପ୍ରସାଦ ଧରି ପୂଜାଚର୍ନା ଦିନ ଧରିକି ଆସିଥାନ୍ତି, ପାରମ୍ପରିକ ନୀତି ଅନୁଯାୟୀ ମା ବଡ ରାଉଳ ପୀଠ କୁ ମହାପ୍ରଭୁ କୁ ଅଜ୍ଞାମାଳ ଆସି ଅର୍ପଣ କରାଯାଇଥାଏ, ଏହି ଅବସରରେ ହୋମ ଯଂଜ୍ଞ, ନାମ ସଂକ୍ରିତନ, ଭଂଜନ ସମାରୋହ କରାଯାଏ, ଫଳରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ, ପୂଜାପାଠ ପରଠାରୁ ରଥକାଠ କଟା ଆରମ୍ଭ ହୁଏ, କିନ୍ତୁ ଏଠାରେ ପ୍ରଶ୍ନ ଉଠେ କି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ସହିତ ଏତେ ନିବିଡ଼ ଭାବେ ସାଂତିଷ୍ଟ ମା ବଡ ରାଉଳ ପୀଠ ଥିବା ବେଳେ ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ପଡ଼ିରହିଛି, କେବଳ ଗୋଟିଏ ଛୋଟିଆ ମନ୍ଦିର ଟିଏ ଥିବାବେଳେ ସେତିକି କିଛି ଉର୍ନତି ହୋଇ ନାହିଁ, ମନ୍ଦିର ର ରଙ୍ଗ ଛାଡ଼ି ଯାଇ ଥିବା ବେଳେ ଏହାର ଚାରି ପଟେ ଘାସ ସହିତ ଅନାବନା ଗଛ ପରିପୂର୍ଣ, ଏହାର ସୌଦର୍ଯ୍ୟ କରଣ କଥା ଦୂରେ ଥାଉ ଏହାର ରକ୍ଷଣବେକ୍ଷଣ ମଧ୍ୟ ଠିକିରେ ହେଉ ନାହିଁ, ସରକାର

ବିଭିନ୍ନ ମନ୍ଦିର ର ରୂପାନ୍ତିକରଣ କରି ସୌଦଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମହାପ୍ରଭୁ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ସହିତ ସିଧା ସଳଖ ସଂପର୍କ ଥିଲେ ମଧ୍ୟ ମା ବଡ ରାଉଳ ଙ୍କ ପୀଠ ଉପରେ ଶ୍ରୀମନ୍ଦିର ପ୍ରଶାସନ ସହିତ ରାଜ୍ୟ ସରକାର ଙ୍କ ଦୃଷ୍ଟି ଅଡୁଆଳିରେ ରହିଯାଇଛି, କେବଳ ବର୍ଷ କୁ ଥରେ ମା ଙ୍କ କଥା ମାନେ ପଡେ ବୋଲି ଜନସାଧାରଣ ଆଲୋଚନା ହେଉଛି, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ମାନେ ତୁରନ୍ତ ହସ୍ତ କ୍ଷେପ ଶୀଘ୍ର ରୂପାନ୍ତିକରଣ ପ୍ରତିକ୍ରିୟା ରେ ସାମିଲୀ କରିବା ସହିତ ପଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବା ପାଇଁ ଅଂଚଳ ବାସୀ ଦାବି କରିଛନ୍ତି,