ପୁରୀ: ବ୍ରହ୍ମାଣ୍ଡ ନାୟକଙ୍କ ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ତିନିଟି କାଠକୁ ବିଧି ମୁତାବକ ପୂଜା କରାଯାଇଛି। ରାଜନଅର ପକ୍ଷରୁ ଗଜପତିଙ୍କ ପ୍ରତିନିଧି ଭାବେ ଦେବୀପ୍ରସାଦ ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା। ପଞ୍ଚାମୃତ, ଚନ୍ଦନ, ସିନ୍ଦୂର, ଫୁଲ, ଶ୍ରୀଫଳ ଓ ମହାପ୍ରସାଦ ଅର୍ପଣ କରାଯାଇଥିଲା। ରଥ ନିର୍ମାଣ ସୃଜନୀ କାର୍ଯ୍ୟ ହୋଇଥିବାରୁ ମା’ ବାଗଦେବୀଙ୍କୁ ଆବାହନ କରାଯାଇଥିଲା। ଏଥିସହ ବରୁଣ ପୂଜା ଏବଂ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରି ତାଙ୍କ ଯାତ୍ରା ନିର୍ବିଘ୍ନରେ ହେବା ପାଇଁ ପ୍ରାର୍ଥନା କରାଯାଇଥିଲା।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ