ଗଣିଆ – (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆବ୍ଲକ ରେ ଥିବା ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଅତିଥି ଭାବେ ତହସିଲଦାର ପ୍ରିତିବାଳା ରଣା ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ,ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ଅଧ୍ୟକ୍ଷା ସଲିଳା ସେଠୀ, ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ତଥା ପ୍ରଫେସର ଅଖିଳ କୁମାର ହୋତା ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ଅଧ୍ୟକ୍ଷାଙ୍କ ପ୍ରଚେଷ୍ଟାରେ ଦୀର୍ଘ ଦିନ ପରେ ବାର୍ଷିକ ଉତ୍ସବ ପାଳନ କରାଯାଉଥିବାରୁ ଅତିଥି ମାନେ ଅଧ୍ୟକ୍ଷାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂସ୍କୃତ ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବାଘେର ମଞ୍ଚ ପରିଚାଳନା କରିଥିଲେ । ଅତିଥି ମାନେ ନିଜ ନିଜର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାରୁ ଅଧ୍ୟକ୍ଷା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗଣିଆର ବୋହୂ ହୋଇ ଆଜି ଗଣିଆ ବ୍ଳକର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାର ମଙ୍ଗ ଧରିଥିବାରୁ ମୁଖ୍ୟ ଅତିଥି ଅଧ୍ୟକ୍ଷାଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ପିଲାମାନଙ୍କର ଉନ୍ନତି କାମନା କରିଥିଲେ । ୧୯୮୩ ମସିହାରୁ ଉକ୍ତ ଅନୁଷ୍ଠାନଟି ଅନେକ ଛାତ୍ର ଛାତ୍ରୀଙ୍କୁ ତିଆରି କରିଛି ଯାହା ଫଳରେ ସେମାନେ ଆଜି ବହୁ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହୋଇଛନ୍ତି । କିନ୍ତୁ ଛାତ୍ର ଛାତ୍ରୀ ମାନଙ୍କ ତୁଳନାରେ ଶ୍ରେଣୀଗୃହ ନଥିବାରୁ ପିଲାମାନେ ପାଠ ପଢିବା ଅନେକ ଅସୁବିଧା ହେଉଥିବା ପ୍ରଫେସର ଅଖିଳ କୁମାର ହୋତା ପ୍ରକାଶ କରିଥିଲେ । ଅସହିଷ୍ନୁ ନହୋଇ ସହନଶୀଳ ହେଲେ ଅନୁଷ୍ଠାନ ଆଗକୁ ବଢିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା