ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ଅର୍ଥାତ୍ ଅଗଷ୍ଟ ୨୪ରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ)କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଠିକ୍ ଏହାର ଦିନକ ପରେ ଅର୍ଥାତ୍ ରବିବାର ବିରୋଧୀ ଦଳ କଂଗ୍ରେସ ଏହି ଯୋଜନା ସମ୍ପର୍କରେ ମୋଦି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କଂଗ୍ରେସ କହିଛି ଏହି ଯୋଜନାରେ ‘ୟୁ’ ଅର୍ଥ ହେଉଛି ମୋଦି ସରକାରଙ୍କ ୟୁ-ଟର୍ନ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଏକ ପୋଷ୍ଟରେ କହିଛନ୍ତି, ୟୁପିଏସରେ ‘ୟୁ’ର ଅର୍ଥ ମୋଦି ସରକାରଙ୍କ ୟୁଟର୍ନ! ଜୁନ ୪ ପରେ ଲୋକଙ୍କ ଶକ୍ତି ପ୍ରଧାନମନ୍ତ୍ରୀଙ୍କ ଶାସନ କ୍ଷମତାର ଅହଂକାରକୁ ପରାସ୍ତ କରିଛି। ଲଙ୍ଗ ଟର୍ମ କ୍ୟାପିଟାଲ ଗେନ/ଇଣ୍ଡେକସନ ସମ୍ବନ୍ଧରେ ବଜେଟରେ ରୋଲବ୍ୟାକ, ଓ୍ବାକଫ ବିଲକୁ ଜେସିପିକୁ ପଠାଇବା।
More Stories
ଟାଇମ୍ ୧୦୦ ଫିଲାନଥ୍ରୋପି ୨୦୨୫’ ବିଶ୍ୱ ତାଲିକାରେ ମୁକେଶ ଏବଂ ନୀତା ଅମ୍ବାନୀ ସାମିଲ
ମହାକୁମ୍ଭରେ ଜିଓର ୫ଜି ସ୍ପିଡ୍ ଏୟାରଟେଲ୍ ଅପେକ୍ଷା ଉନ୍ନତ ରହିଥିଲା: ଓକଲା ରିପୋର୍ଟ
ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଫିଟନେସ୍ ମନ୍ତ୍ର ଦେଲେ ନୀତା ଅମ୍ବାନୀ