ଗଣିଆ (ମନୋଜ ମଳିକ):;ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ସିଦ୍ଧ ଯୋଗୀ ବାବା ସ୍ବର୍ଗତ ରାମଦାସଙ୍କ ଦ୍ବାରା ପ୍ରତିଷ୍ଠିତ ଓମ୍ ମା ସତ୍ୟ ଶାନ୍ତି ସେବାଶ୍ରମ ଆନୁକୁଲ୍ୟରେ ଡିସେମ୍ବର ମାସ ୪ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ମଣିଭଦ୍ରା ପର୍ବତ ପାଦଦେଶରେ ମା କଳାପାଟ ଠାକୁରାଣୀଙ୍କ ବୀଜେସ୍ଥଳୀରେ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ମା କଳାପାଟ ଠାକୁରାଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ପ୍ରିତିବାଳା ରଣାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଏହି ବୈଠକରେ ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ,ସତ୍ୟ ଶାନ୍ତି ସେବା ଟ୍ରଷ୍ଟର ସଭାପତି ଅଜୟ ପଟ୍ଟନାୟକ, ଉପଦେଷ୍ଟା ନିର୍ମଳ ପଟ୍ଟନାୟକ, ଧୀରେନ୍ଦ୍ର ପାଣିଗ୍ରାହୀ, ସୁଧାଂଶୁ ଶେଖର ମିଶ୍ର, ଆଦିତ୍ୟ ନାରାୟଣ ମହାସୁପକାର, ବାବାଙ୍କ ଶିଷ୍ୟ ସେବକ ଲଳିତ ନାରାୟଣ ଦାସ,ଶୋଭନ ମହାକୁଡ଼, ସରପଞ୍ଚ ମାନସ ମହାଖୁଡ,ବିଦ୍ୟୁତ୍ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ,ଦମକଳ ବିଭାଗ, ପୂର୍ତ୍ତ ବିଭାଗ, ସ୍ବାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ୧୯୯୩ ମସିହା ଠାରୁ ଏହି ମହାଯଜ୍ଞ ପାଳିତ ହୋଇଆସୁଅଛି । ଏଥିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଆଶା ଥିବାରୁ ପ୍ରଶାସନିକ ଅଧିକାରୀ ତତ୍ପରତା ପ୍ରକାଶ କରିଥିଲେ । ବିଦ୍ୟୁତ ବିଭାଗ ଏବଂ ପାନୀୟ ଜଳ ଯୋଗାଣ ବିଭାଗର କର୍ମଚାରୀମାନେ ୪ ଦିନ ଧରି ଆଲର୍ଟ ରହିବାକୁ ଆଲୋଚନା କରାଯାଇଥିଲା । ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ବେଳେ ବ୍ଳକ ସ୍ତରରେ କିଭଳି ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେ ସମ୍ପର୍କରେ ସମସ୍ତେ ଚେଷ୍ଟା କରିବାକୁ ତହସିଲଦାର ପରାମର୍ଶ ଦେଇଥିଲେ । ପୁରୀ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା କରି ଆଜ୍ଞାମାଳ, ମହାପ୍ରସାଦ, ପତିତପାବନ ବାନା ଆସି ମା’ଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଯଜ୍ଞ ସ୍ଥଳରେ ବାନା ବାନ୍ଧିବା କାର୍ଯ୍ୟ ଆରମ୍ଭ ହେବ ବୋଲି ଆୟୋଜକ କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ବିଗତ ବର୍ଷ ଭଳି ମାଳତିପୁଟ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା