ମାସାଚୁସେଟ୍ସ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଆମେରିକାର ମାସାଚୁସେଟ୍ସ ର ଗଭର୍ଣ୍ଣର ମୋରା ହିଲି ସମ୍ମାନିତ କରିଛନ୍ତି। ନୀତା ଅମ୍ବାନୀଙ୍କୁ ଦିଆଯାଇଥିବା ପ୍ରଶସ୍ତିପତ୍ରରେ ତାଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଏବଂ ପରୋପକାରୀ ବ୍ୟକ୍ତିତ୍ୱ ଭାବରେ ମାନ୍ୟତା ଦିଆଯାଇଛି। ବୋଷ୍ଟନରେ ଏକ ସ୍ୱତନ୍ତ୍ର ସମାରୋହରେ ନୀତା ଅମ୍ବାନୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଗଭର୍ଣ୍ଣରଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ “ଏହି ସମ୍ମାନ ଶିକ୍ଷା, ସ୍ୱାସ୍ଥ୍ୟସେବା, କ୍ରୀଡା, କଳା, ସଂସ୍କୃତି ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ନୀତା ଅମ୍ବାନୀଙ୍କ ପ୍ରଭାବଶାଳୀ କାର୍ଯ୍ୟ ତଥା ଉତ୍ସର୍ଗୀକୃତ ଭାବନାକୁ ସମ୍ମାନ ଜଣାଉଛି – ଯାହା ଭାରତ ତଥା ବିଶ୍ୱ ସ୍ତରରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଛି।”
ଆନ୍ତର୍ଜାତୀୟ ସ୍ତରରେ ଭାରତୀୟ କଳା, ପରମ୍ପରା ଏବଂ ସଂସ୍କୃତି ପ୍ରଦର୍ଶନ କରିବାକୁ ନୀତା ଅମ୍ବାନୀ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ ବୋଷ୍ଟନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଧ୍ୟ ନୀତା ଅମ୍ବାନୀ ଭାରତରେ ସମୃଦ୍ଧ କଳାତ୍ମକ ଐତିହ୍ୟର ପ୍ରତୀକ ଭାବରେ ହାତରେ ବୁଣାଯାଇଥିବା ଶିକାରଗାହ ବନାରସୀ ଶାଢ଼ୀ ପିନ୍ଧିଥିଲେ। ଜଟିଳ ବୁଣା କୌଶଳ ଏବଂ ପାରମ୍ପରିକ କୋନ୍ୟା ଡିଜାଇନର ଏହି ଶାଢ଼ୀ ଭାରତୀୟ ହସ୍ତଶିଳ୍ପ କୌଶଳର ଏକ ଅନନ୍ୟ ଉଦାହରଣ।
More Stories
ରୋଜଗାର କରନ୍ତୁ ମାଗଣା ସ୍କୁଟି ନିଅନ୍ତୁ, ସୌମେନ୍ ଅଗରବତୀର ନୂଆ ଘୋଷଣା
ଗୁଗ୍ନାନୀ ଅଟୋ କାରରେ ଟାଟା ମୋଟର୍ସର ନୂଆ ହାରିୟର ଇଭି
ଜିଓରେ ନିବେଶ କରିବା ମୋ ଜୀବନର ସବୁଠାରୁ ବଡ ରିସ୍କ ଥିଲା: ମୁକେଶ ଅମ୍ବାନୀ