October 11, 2025

Utkal Sambad

ମାରୱାଡି ମହିଳା ସମିତି ଭୁବନେଶ୍ୱର ପକ୍ଷରୁ ସାୱନ ମେଳା ଆରମ୍ଭ

ଭୁବନେଶ୍ୱର :ମାରୱାଡି ମହିଳା ସମିତି, ଭୁବନେଶ୍ୱର ଶାଖା ପକ୍ଷରୁ ଦୁଇ ଦିନ ଧରି ସାୱନ ମେଳାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଉଦଘାଟନ କରିଥିଲେ । ଏହି ମେଳା ଦୁଇ ଦିନ ଧରି ଚାଲିବ । ଏହି ସମିତି ମହିଳାମାନଙ୍କ ପ୍ରତିଭା ଏବଂ ଊଦ୍ୟୋଗୀ ମନୋଭାବକୁ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଉଥିବା ସହ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ବଦ୍ଧ ପରିକର ।ଏଥିରେ ଭୁବନେଶ୍ୱର, କଟକ, କୋଲକାତା, ଖୋର୍ଦ୍ଧା, ଜଟଣୀ ଏବଂ ନିକଟବର୍ତ୍ତୀ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟରେ ନିଯୋଜିତ ମହିଳାମାନେ ମାରୱାଡି ମହିଳା ସମିତ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ଷ୍ଟଲ ସ୍ଥାପନ କରି ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରଦର୍ଶନୀରେ ରାକ୍ଷୀ, କୁର୍ତ୍ତୀ, ଶାଢୀ, ପାଶ୍ଚାତ୍ୟ ପୋଷାକ, ଗୋପାଳ ଜୀଙ୍କ ପୋଷାକ, ଇମିଟେସନ ଜ୍ୱେଲାରୀ, ବ୍ୟାଗ୍‌, ପର୍ସ, ଚପଲ, ଖେଳନା, ଉପହାର ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ସମେତ ବିଭିନ୍ନ ପ୍ରକାରର ଷ୍ଟଲ୍ ପ୍ରଦର୍ଶିତ ହେଉଛି ।ଏଥିରେ ଉଦ୍ୟୋଗୀମାନଙ୍କୁ ନିଜ ନିଜ ଘରେ ତିଆରି ସୁସ୍ୱାଦୁ ଖାଦ୍ୟ ଷ୍ଟଲ୍ ମଧ୍ୟ ଆୟୋଜନ କରାଯାଇଛି । ଏଥି ସହିତ ପାରମ୍ପାରିକ ହସ୍ତଶିଳ୍ପର ସୁନ୍ଦର ପ୍ରଦର୍ଶନ ମାଧ୍ୟମରେ ଓଡିଶାର ସଂସ୍କୃତିର ସମୃଦ୍ଧ ଐତିହ୍ୟକୁ ପାଳନ କରାଯାଇଥାଏ । ଏହି ପଦକ୍ଷେପ ମାଧ୍ୟମରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା,ସେମାନଙ୍କ ଆତ୍ମ ବିଶ୍ୱାସକୁ ପ୍ରେରଣା ଯୋଗାଇବା ଏବଂ ଏକ ଦୃଢ ନେଟ୍‌ୱର୍କ ନିର୍ମାଣ କରିବାର ଲକ୍ଷ୍ୟ ରହିଛି । ଏହି ପ୍ରତିଭାବାନ ମହିଳାମାନଙ୍କ ସମର୍ଥନ ଏବଂ ଊନ୍ନତି ପାଇଁ ସମସ୍ତେ ଏକାଠି ହେବାପାଇଁ ମହିଳା ସମିତି ପକ୍ଷରୁ ସଭାପତି ଜୁହି ଅଗ୍ରୱାଲ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସିୱାଙ୍ଗି ଗୋଏନକା, ଉପଦେଷ୍ଟା ପ୍ରବୀଣା ଭଣ୍ଡାରୀ ଏବଂ ସୁଧା ଖଣ୍ଡେଲୱାଲ ଉପସ୍ଥିତ ଥିଲେ ।