ଭୁବନେଶ୍ୱର: ବୁଧବାର ଦିନ ମା’ ଜଗତଜନନୀ ଦୂର୍ଗାଙ୍କର ପବିତ୍ର ଷଷ୍ଠି ଉତ୍ସବ ପାଳନ ଅବସରରେ ଭାରତ ରକ୍ଷା ମଂଚ ତରଫରୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ରାମମନ୍ଦିର ଠାରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ସହିତ ସହରରେ ଏକ ବିଶାଳ ସନାତନ ସଂସ୍କୃତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଭାରତ ରକ୍ଷା ମଂଚର ପ୍ରତିଷ୍ଠାତା ରାଷ୍ଟ୍ରିୟ ସଂଯୋଜକ ସୂର୍ଯ୍ୟକାନ୍ତ କେଲେକରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭାରତ ରକ୍ଷା ମଂଚର ରାଷ୍ଟ୍ରିୟ ସାଧାରଣ ସମ୍ପାଦକ ଅଶୋକ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ଏହି ସୁନ୍ଦର କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ
ପ୍ରଥମେ ଭାରତ ରକ୍ଷା ମଂଚର କର୍ମକର୍ତାମାନେ ରାମମନ୍ଦିର ଠାରେ ସକାଳେ ଏକତ୍ରିତ ହୋଇଥିଲେ । ଏହାପରେ ହିନ୍ଦୁମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଭାରତ ରକ୍ଷା ମଂଚର କର୍ମକର୍ତା ଓ କ୍ଷତ୍ରୀୟ ସଙ୍ଗଠନର ସଦସ୍ୟମାନେ ପାରମ୍ପରିକ ସାମରିକ କଳା ପ୍ରଦର୍ଶନ କରିଥିଲେ ।
ଋାମମନ୍ଦିର ଠାରୁ ରାଜମହଲ ପର୍ଯ୍ୟନ୍ତ ଅନୁଷ୍ଠିତ ଶୋଭାଯାତ୍ରାରେ ବହୁପରିମାଣରେ ଜନସାଧାରଣ ଉତ୍ସାହର ସହିତ ଅଂଶଗ୍ରହଣ କରିବା ଦେଖାଯାଇଥିଲା ।
ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଓ ସନାତନ ସଂସ୍କୃତି ଶୋଭାଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରି ଭାରତ ରକ୍ଷା ମଂଚ ରାଷ୍ଟ୍ରିୟ ସାଧାରଣ ସମ୍ପାଦକ ଡକ୍ଟର ଅଶୋକ ଆଚାର୍ଯ୍ୟ କହିଲେ ଯେ ସନାତନ ଧର୍ମରେ ଶସ୍ତ୍ରପୂଜନ
କାର୍ଯ୍ୟକ୍ରମ ବିଶେଷ ଭାବେ ବର୍ଣ୍ଣନ କରାଯାଇଛି । ଶସ୍ତ୍ରପୂଜନର ମୂଳ ଆଭିମୁଖ୍ୟ ହେଲା ଆମର ପାରମ୍ପରିକ ସାମରିକ କଳାକୁ ନିଜର ସୁରକ୍ଷା ଓ ଆତ୍ମରକ୍ଷା ପାଇଁ ଉଦ୍ଜୀବିତ କରି ରଖିବା । ଏହା ଦ୍ୱାରା ମଧ୍ୟ ଦେଶର ନାଗରିକମାନଙ୍କ ମନରେ ରାଷ୍ଟିୟ ଭାବନା ସୃଷ୍ଟି କରିବା ସହିତ ଦେଶର ସୁରକ୍ଷା ପାଇଁ ସେମାନଙ୍କ ଉଭୟ ମାନସିକ ଓ ଶାରୀରିକ ଭାବେ ପ୍ରସ୍ତୁତ କରିବା ।
ଡକ୍ଟର ଆଚାର୍ଯ୍ୟ କହିଲେ ଯେ ପ୍ରାଚୀନ କାଳରେ ଗୁରୁକୁଳରେ ବିଦ୍ୟାର୍ଥୀମାନଙ୍କୁ ଅନ୍ୟାନ ବିଷୟ ସହିତ ଶସ୍ତ୍ର ବିଦ୍ୟା ଶିକ୍ଷା ପ୍ରଦାନ କରାଯାଉଥିଲା । ତେଣୁ ପ୍ରତ୍ୟେକ ହିନ୍ଦୁମାନେ ଏହି ପରମ୍ପରାକୁ ବଜାୟ ରଖିବା ଆବଶ୍ୟକ ।
କିଛି ଦେଶ ବିଭାଜନକାରୀ ତଥା ଅଶାନ୍ତି ସୃଷ୍ଟିକାରୀ ସଂସ୍ଥା ଯେପରି କି ଜମାଜ-ଇ-ଇସଲାମି, ଅଲକାୟିଦା, ସାଉଦି ଆରବରେ ପ୍ରତିବନ୍ଧିତ ହୋଇଥିବା ତବଲିଗ୍ ଜମାତ୍ ଓ ପାକିସ୍ତାନର ଇଂଟର ସର୍ଭିସ ଇଂଟେଲିଜେନ୍ସ ସର୍ଭିସେସ୍ (ଆଇଏସଆଇ) ଭାରତର ଭୌଗଳିକ ସ୍ଥିତିକୁ ଖଣ୍ଡ ବିଖଣ୍ଡିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି, ଭାରତ ରକ୍ଷା ମଂଚ ସେମାନଙ୍କୁ ବିରୋଧ କରେ ବୋଲି କହିବା ସହିତ ଏହି ଲୋକମାନଙ୍କୁ ଆମ ରାଜ୍ୟ ଓ ଦେଶରୁ ତୁରନ୍ତ ବିଦା କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଡକ୍ଟର ଆଚାର୍ଯ୍ୟ ନିବେଦନ କରିଥିଲେ ।
ବାଲାଂଦେଶର କିଛି ମୌଳବାଦୀ ମୁସଲିମ୍ ଓ ରୋହିଙ୍ଗିଆ ମୁସଲିମ୍ଙ୍କୁ ବିଭିନ୍ନ ପଥଦେଇ ଭାରତରେ ଅନୁପ୍ରବେଶ କରିବା ପାଇଁ ୍ରଚେଷ୍ଟା ଜାରିରଖିଛନ୍ତି । ଦେଶବାସୀଙ୍କୁ ଏଥିପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ଡକ୍ଟର ଆଚାର୍ଯ୍ୟ ଚେତାଇ ଦେଇଥିଲେ ।
ସନାତନ ଧର୍ମର ମୂଳ ଉଦ୍ଦେଶ୍ୟ ଆତ୍ମରକ୍ଷା, ପରିବାର ରକ୍ଷା, ସମାଜ ଓ ଦେଶର ସୁରକ୍ଷା । ପ୍ରାଚୀନ ଭାରତର ଗୁରୁକୂଳରେ ପଢ଼ୁଥିବା ଛାତ୍ରମାନଙ୍କୁ ଆତ୍ମରକ୍ଷା କୌଶଳ ଓ ଶସ୍ତ୍ର ପୂଜାର ମହତ୍ୱ ସମ୍ପର୍କରେ ସୂଚନା ଦିଆଯାଉଥିଲା । ଏବେ ବି ଆମ ଆଦିବାସୀ ସଂପ୍ରଦାୟ ଲୋକମାନେ ବାହ୍ୟଶତ୍ରୁ ଠାରୁ ନିଜର ଆତ୍ମରକ୍ଷା ପାଇଁ ବିଭିନ୍ନ ଶସ୍ତ୍ର ପୂଜା କରି ଆସୁଛନ୍ତି । ହିନ୍ଦୁ ରାଜାମାନେ ଶସ୍ତ୍ର ପୂଜା କରି ପାରିଧିକୁ ଯାଉଥିଲେ । ଏହି ଦୃଷ୍ଟିରୁ ମା’ ଦୂର୍ଗାଙ୍କ ଷଷ୍ଠି ଉତ୍ସବ ସମୟରେ ପ୍ରତିବର୍ଷ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଆୟୋଜନ କରିବା ଦରକାର ବୋଲି ଅନ୍ୟାନ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯକ୍ରମରେ ଅନ୍ୟାନ ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତ ରକ୍ଷା ମଂଚର ଓଡିଶା ପ୍ରଦେଶ ଅଧ୍ୟକ୍ଷ ସୁବ୍ରତ ମିଶ୍ର, ଉପାଧ୍ୟକ୍ଷ ଅରୁଣ କୁମାର ନାୟକ, ସାଧାରଣ ସମ୍ପାଦକ ପୂରଂଜନ ପାଢୀ, ସହ ସଙ୍ଗଠନ ସମ୍ପାଦକ ସ୍ନେହ ରଂଜନ ଦାସ ଜୟସିଂହ, ଓଡିଶା ବିଧି ପ୍ରକୋଷ୍ଠ ଅଧ୍ୟକ୍ଷ ସୁଦାମ ଶତପଥୀ, ଯୁବ ସମ୍ପର୍କ ପ୍ରତିନିଧି ରାଜେଶ ପୃଷ୍ଟି, ମହିଳା ସମ୍ପର୍କ ପ୍ରତିନିଧି ପ୍ରଭାସିନୀ ପୃଷ୍ଟି, ଛାତ୍ର ସମ୍ପର୍କ ପ୍ରତିନିଧି ସ୍ମାରକ ପଣ୍ଡା ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ୍ମନାଭ ଦାଶ ପ୍ରମୂଖ ଯୋଗଦେଇଥିଲେ ।
More Stories
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ