June 26, 2025

Utkal Sambad

ମହେନ୍ଦ୍ରା ଶିକ୍ଷା ଅନୁଷ୍ଠାନର ସଫଳତା ସରକାରୀ ଚାକିରି ପାଇଲେ ୨୩୧ ଜଣ ଛାତ୍ରୀଛାତ୍ର

ଭୁବନେଶ୍ୱର: ସ୍ଥାନୀୟ ଓୟୁଏଟି ଭେଣ୍ଟନାରୀ ସଭାକକ୍ଷରେ ମହେନ୍ଦ୍ରା ଶିକ୍ଷା ଅନୁଷ୍ଠାନରେ ସରକାରୀ ଚାକିରି ପାଇଥିବା ୨୩୧ ଜଣ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ମହେନ୍ଦ୍ରାର ଚେୟାରମ୍ୟାନ ତଥା ମ୍ୟାନେଜିଂଗ ଡାଇରେକ୍ଟର ନବୀନ କୁମାର ଜୈନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶିଷ ଶ୍ରୀବାସ୍ତବ, ଜୋନାଲ ଇଷ୍ଟର ମୁଖ୍ୟ ଗୌରବ ମିଶ୍ର, ଓଡ଼ିଶାର ମୁଖ୍ୟ ଧିରେନ୍ଦ୍ର ନାୟକ, ଶିକ୍ଷକ ନୂତନ କୁମାର ବେହେରା, ପ୍ରିତମ ପଟ୍ଟନାୟକ ଓ ସତ୍ୟ ନାରାୟଣ ଦୋରା ଉପସ୍ଥିତ ଥିଲେ । ମୁଖ୍ୟଅତିଥିଙ୍କୁ ପ୍ରଥମେ ଛାତ୍ରୀଛାତ୍ରଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲ । ପରେ ଦ୍ୱୀପପ୍ରଜ୍ୱଳନ ପୂର୍ବକ ସଭା କାର୍ଯ ଆରମ୍ଭ ହୋଇଥିଲା ।
ମୁଖ୍ୟଅତିଥି ନବୀନ କୁମାର ଜୈନ ଛାତ୍ରୀଛାତ୍ରମାନଙ୍କୁ ନୀତିଶିକ୍ଷା ପ୍ରଦାନ କରିବା ସହ ଆଗାମୀ ଦିନରେ ସେମାନଙ୍କର ଉଜ୍ୱଳ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ମହେନ୍ଦ୍ରା ଶିକ୍ଷା ଅନୁଷ୍ଠାନ ଦୀର୍ଘ ୧୬ ବର୍ଷ ଧରି ସାରା ଓଡ଼ିଶାର ଏହାର ଲକ୍ଷ୍ୟ ପୂରଣ କରିଛି । କେବଳ ସେତିକି ନୁହେଁ ମହେନ୍ଦ୍ରା ଶିକ୍ଷାନୁଷ୍ଠାନରେ ବ୍ୟାଙ୍କିଙ୍ଗ, ଏସଏସସି, ରେଳବାଇ, ଓପିଏସସି, ଓଏସଏସି, ଓଡ଼ିଶା ପୋଲିସ ପରୀକ୍ଷା ପାଇଁ ଛାତ୍ରୀଛାତ୍ର ମାନଙ୍କୁ ପ୍ରସ୍ତୁତ କରାଯାଏ । ଏହି ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ୩୦ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ସରକାରୀ ସ୍ତରରେ ନିଜର କାର୍ଯ୍ୟଦକ୍ଷତା ଦେଖାଇଥାନ୍ତି । ଶିକ୍ଷକ ମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ଓଡ଼ିଶାର କଟକ, ବାଲେଶ୍ୱର, ସମ୍ବଲପୁର ଓ ଭୁବନେଶ୍ୱରରେ ମହେନ୍ଦ୍ରା ଶିକ୍ଷାନୁଷ୍ଠାନ ଲକ୍ଷ୍ୟ ହାସଲ କରିଛି ।
ଏହି ଅବସରରେ ସରକାରୀ ସ୍ତରରେ କୃତୀତ୍ୱ ହାସଲ କରିଥିବା ୨୩୧ ଜଣ ଛାତ୍ରୀଛାତ୍ରମାନଙ୍କୁ ସମ୍ବର୍ଦ୍ଧତ କରାଯାଇଥିଲା । । ୨୦୨୪-୨୫ ବର୍ଷରେ ବ୍ୟାଙ୍କିଙ୍ଗ ସେକ୍ଟରେ କେନ୍ଦ୍ର ସରକାରଙ୍କ ଅଧିପରେ ଥିବା ଏସଏସସି ସିଜିଏଲ, ସିଏଚଏସଏଲ, ଏମଟିଏସ ଏ ବଂ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଓପିଏସସି, ଓଏସଏସସି, ଓଏସଏସଏସସି ଓଡ଼ିଶା ପୋଲିସରେ ଚୟନ ହୋଇଛନ୍ତି । ଶେଷରେ ଛାତ୍ରୀଛାତ୍ର ମାନେ ସଫଳତାର କାର୍ଯ୍ୟଧାରାକୁ ବଖାଣିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।