ଭାରତୀୟ ମହିଳା କ୍ରିକେଟ୍ ଦଳର ଜୟଯାତ୍ରା ଫାଇନାଲ୍ରେ ଅଟକିଯାଇଛି। ମହିଳା ଏସିଆ କପ୍ରେ ରେକର୍ଡ ୭ ଥର ବିଜେତା ଭାରତୀୟ ଦଳ ଆୟୋଜକ ଶ୍ରୀଲଙ୍କା ନିକଟରୁ ୮ ୱିକେଟ୍ରେ ଶୋଚନୀୟ ଭାବେ ପରାଜୟ ବରଣ କରି ଉପବିଜେତାରେ ସନ୍ତୁଷ୍ଟ ହୋଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଏହି ନବମ ସଂସ୍କରଣରେ ପ୍ରଥମ ଥର ପାଇଁ ଟ୍ରଫି ତୋଳି ଧରିବାର ସ୍ବପ୍ନକୁ ସାକାର କରିଛି। ରବିବାରର ଫାଇନାଲ୍ରେ ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲେ ମଧ୍ୟ କେବଳ ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ ବଳରେ ୧୬୫ ରନ୍ କରିଥିଲା। ପାୱାର ପ୍ଲେ ୬ ଓଭର ସୁଦ୍ଧା ଭାରତ କୌଣସି ୱିକେଟ୍ ନ ହରାଇ ୪୪ ରନ୍ ସଂଗ୍ରହ କରିଥିଲା। ଶେଷ ଭାଗରେ ଜେମିମା ରଡ୍ରିଗ୍ବେଜ (୧୬ ବଲ୍ରୁ ୨୯ ରନ୍), ରିଚା ଘୋଷ (୧୪ ବଲ୍ରୁ ୩୦ ରନ୍) ବିସ୍ଫୋରକ ବ୍ୟାଟିଂ କରିବାରୁ ଭାରତ ଲଢ଼ୁଆ ସ୍କୋର୍ ଛିଡ଼ା କରିପାରିଥିଲା। ଭାରତର ପ୍ରାରମ୍ଭିକ ଯୋଡ଼ିଙ୍କ ୱିକେଟ୍ ନେଇଥିବା କଭିଶା ଦିଲହରି (୪-୦-୩୬-୨) ଘରୋଇ ଦଳର ସଫଳତମ ବୋଲର ଥିଲେ। ମନ୍ଥର ଖେଳୁଥିବା ଶେଫାଳି ବର୍ମା (୧୯ ବଲ୍ରୁ ୧୬ ରନ୍)ଙ୍କ ସହିତ ଉମା ଚେତ୍ରୀ (୯), ଅଧିନାୟିକା ହର୍ମନପ୍ରୀତ୍ କୌର୍ (୧୧) କଟକଣା ଉଠିବା ପରେ ସଅଳ ଆଉଟ୍ ହୋଇଯିବାରୁ ଭାରତ ବ୍ୟାକ୍ଫୁଟ୍କୁ ଚାଲିଆସିଥିଲା। ୧୭ତମ ଓଭର ପର୍ଯ୍ୟନ୍ତ ଖେଳିଥିଲେ ମଧ୍ୟ ମନ୍ଧାନା (୪୭ ବଲ୍ରୁ ୬୦ ରନ୍) ବିଶେଷ ଛାପ ଛାଡ଼ି ପାରିନଥିଲେ।
More Stories
ଆଶୁତୋଷ ପାଇ ଭାପୁର ବ୍ଲକ ଉତ୍ସବ ମୁଖର
ଆନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ (ଏଫଆଇଭିବି) ପ୍ରଶାସନିକ ବୋର୍ଡରେ ଯୋଗଦେଲେ ଈଶା ଅମ୍ବାନୀ ଏବଂ ଲୁଇସ୍ ବାୱଡେନ୍
ଚତୁର୍ଥ ଏଲ୍ସିସି ଅଣ୍ଡର୍-୧୫ କ୍ରିକେଟ୍ ! ଉଦଘାଟନ ମ୍ୟାଚ୍ ରେ ବିବିସିଏ କ୍ଲବ୍ ବିଜୟୀ