June 27, 2025

Utkal Sambad

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୨ ଗୁରୁତର

ଦଶପଲ୍ଲା : – ( ମନୋରଞ୍ଜନ ମଳିକ ) ଆଜି ଅପରାହ୍ନ ୪ ଘଟିକା ସମୟେ ,ଦଶପଲ୍ଲା ଥାନା ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୁଗୁଡା ନିକଟସ୍ଥ ଫରେଷ୍ଟ ଓ୍ବାଚ୍ ଟାଓ୍ବାର ନିକଟରେ ଦଶପଲ୍ଲା ପାର୍ଶ୍ବରୁ ବଉଦ୍ ଫୁଲବାଣୀ ଅଭିମୁଖେ ଯାଉଥିବା କାର୍ ନଂ OD 33 AD 2482 ଭାରସାମ୍ୟ ହରାଇ ଏକ ବାଇକ୍ କୁ ( OD 15 Y 3534 ) ଧକ୍କା ଦେବା ଫଳରେ ବାଇକ୍ ଆରୋହି ଘଟଣାସ୍ଥଳରେ ଗୁରୁତ୍ତର ଆହତ ହୋଇଥିଲେ । ଏହି ଦୁର୍ଘଟଣା ରେ ବାଇକ୍ ଯୋଗେ ଯାଉଥିବା ମଧ୍ୟଖଣ୍ଡ ଆଂଚଳର ଦୁଇ ବ୍ୟକ୍ତି ଗୁରୁତ୍ତର ହୋଇଛନ୍ତି । ଅନ୍ୟପକ୍ଷେ ୫୭ ନଂ ଜାତୀୟ ରାଜପଥ ଦେଇ ଯାଉଥିବା ପଥଚାରୀ ଓ ସ୍ଥାନୀୟ ଯୁବକ ମାନେ, ଦୁର୍ଘଟଣା ଗ୍ରସ୍ତ ଗୁରୁତର ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଡକାଇ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣା ପଡିଛି