March 18, 2026

Utkal Sambad

ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଯୋଗ ଦେଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

ଗଣିଆ -(ମନୋରଂଜନ ମଳିକ)-, ନୟାଗଡ ଜିଲ୍ଲା ଗଣିଆ ବ୍ଲକ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇ ଯାଇଛି, ବ୍ଲକ୍ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ, ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା , ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନରେଶ ବେହେରା, ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକିର ମୋହନ ଡାକୁଆ, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ, ଶିଶୁ ମାନକ ମଧ୍ୟରେ ଲୁକାଇତ ପ୍ରତିଭା ଲୋକ ଲୋଚନ କୁ ଆଣିବା ପାଇଁ ରାଜ୍ୟ ସରକାର ସୁରଭି କାର୍ଯ୍ୟକ୍ରମ ଦ୍ବାରା ନାଚଗୀତ ହୋଈ ପାରିବ, ଛାତ୍ରଛତ୍ରୀ ମାନେ ପାଠ ପଢା କୁ ଗୁରୁତ୍ ଦେବା ସହିତ ନାଚଗୀତ କଲେ ପାରଦର୍ଶିତା ଦେଖାଇବା ଆବଶକ୍ୟ ଦେଖାଇ ପାରିବ ବୋଲି ବିଧାୟକ ଜଣାଇଥିଲେ |