June 26, 2025

Utkal Sambad

ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ଉଦଘାଟିତ

ଗଣିଆ – (ମନୋରଞ୍ଜନ ମଳିକ )-ଗଣିଆ ବ୍ଳକ ଛାମୁଣ୍ଡିଆ ଠାରେ ଥିବା ମା କଳାପାଟ ଠାକୁରାଣୀଙ୍କ ବୀଜେସ୍ଥଳୀରେ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ଉଦଘାଟିତ ହୋଇଯାଇଛି । ବୁଧବାର ମାଳତିପୁଟ ଗ୍ରାମବାସୀ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଏକାଠି ହୋଇ ମହାନଦୀରୁ ୧୦୮ କଳସ ଉଠାଇ ଏକ ବିଶାଳ ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ । ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ମଞ୍ଚରେ ପ୍ରବଚନ,ଭଜନ ସମାରୋହ ସହିତ ହନୁମାନ ଚାଳିଶା ପଠନ କରାଯାଇଥିଲା । ପ୍ରତିବର୍ଷ ଓଢ଼ଣୀ ଷଷ୍ଠୀ ଠାରୁ ଏହି ଯାତ୍ରା ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଜିଲ୍ଳା ପୋଲିସ ତରଫରୁ ତତ୍ପରତା ପ୍ରକାଶ ପାଇଛି । ପ୍ରାକୃତିକ ପରିବେଶ ମଧ୍ୟରେ ଉକ୍ତ ସ୍ଥାନଟି ଥିବାରୁ ରାଜ୍ୟ ବାହାରୁ ପର୍ଯ୍ୟଟକ ତଥା ଭକ୍ତମାନେ ଉପସ୍ଥିତ ରହି ମେଳାକୁ ଉପଭୋଗ କରୁଛନ୍ତି । ୪ ଦିନ ଧରି ଘୃତଯଜ୍ଞ, ସାଧୁ ସନ୍ଥ ମେଳା,ଅନ୍ନଯଜ୍ଞ,ବସ୍ତ୍ରଦାନ ଆଦି ଅନୁଷ୍ଠିତ ହେବ । ଗଣିଆର ଗଣପର୍ବ ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।