ଭୁବନେଶ୍ୱର: ମଣିପାଲ ହସ୍ପିଟାଲ ଭୁବନେଶ୍ୱର ୫୦୦ରୁ ଅଧିକ ସଫଳ କିଡ୍ନୀ ପ୍ରତିରୋପଣ କରି ଓଡିଶାରେ କିଡ୍ନୀ ପ୍ରତିରୋପଣ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି । ଯେଉଁଥିରେ ରୋଗୀଙ୍କର ଅସାଧାରଣ ସହନଶୀଳତା ସହିତ ହସ୍ପିଟାଲର ଅଭିଜ୍ଞ ଡାକ୍ତର, ଉତ୍ସଗୀକୃତ ନର୍ସ ଓ କର୍ମଚାରୀ ଏବଂ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ବେଶ ସହାୟକ ହୋଇଥିଲା । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କିଡ୍୍ନୀ ପ୍ରତିରୋପଣ ହୋଇଥିବା ବ୍ୟକ୍ତି, ତାଙ୍କୁ କିଡ୍ନୀ ଦାନ କରିଥିବା ବ୍ୟକ୍ତି, ତାଙ୍କ ପରିବାର ସଦସ୍ୟ, ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଗୋଟିଏ ମଞ୍ଚରେ ଏକାଠୀ ହୋଇ ନିଜ ନିଜର ଅନୁଭବ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦ୍ଧେଶକ (ଚିକିତ୍ସା ଶିକ୍ଷା ଏବଂ ପ୍ରଶିକ୍ଷଣ) ଏବଂ ରାଜ୍ୟ ନୋଡାଲ ଅଫିସର ( ସୋଟୋ ) ଡାକ୍ତର ଉମାକାନ୍ତ ସତପଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅଭିନେତା ତଥା ସ୍ମାଇଲ୍ ଫୋର୍ସର ପ୍ରତିଷ୍ଠାତା ସବ୍ୟସାଚୀ ମିଶ୍ର ଏବଂ ମଣିପାଲ ହସ୍ପିଟାଲର ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତୀମୟ ମହାପାତ୍ର ଏବଂ ୟୁନିଟ୍ ହେଡ୍ ମେଡ଼ିକାଲ ସର୍ଭିସ୍ ଡାକ୍ତର ସିଦ୍ଧାର୍ଥ ମିଶ୍ର ଯୋଗ ଦେଇଥିଲେ । ଏହା ସହିତ କାର୍ଯ୍ୟକ୍ରମରେ ୬୦ରୁ ଅଧିକ କିଡନୀ ରୋଗୀ, ତାଙ୍କ ପରିବାର ସଦସ୍ୟ ମାନେ କିଡନୀ ପ୍ରତିରୋପଣ ପୂର୍ବରୁ ଏବଂ କିଡନୀ ପ୍ରତିରୋପଣ ପରେ ତାଙ୍କର ଅନୂଭବ ଏବଂ ସଫଳ କିଡନୀ ପ୍ରତିରୋପଣର ଯାତ୍ରା ବିଷୟରେ ସମସ୍ତଙ୍କୁ କହିଥିଲେ । ମଣିପାଲ ହସ୍ପିଟାଲ ପକ୍ଷରୁ ମଣିପାଲ ସାଥୀ ପ୍ରିଭିଲେଜ କାର୍ଡ ଦିଆଯାଇଥିଲା
ଏହି କାର୍ଯ୍ୟକ୍ରମରେ ମଣିପାଲ ହସ୍ପିଟାଲରେ ଅଭିଜ୍ଞ କିଡନୀରୋଗ ଓ ମୂତ୍ରରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନ, ଡାକ୍ତର ସାଇ ପ୍ରସାଦ ସାହୁ, ଡାକ୍ତର ସୁବୋଧ କୁମାର ଦାସ ଏବଂ ଡାକ୍ତର ସୁକାନ୍ତ କୁଶୋର ଦାସ ଯୋଗଦେଇ କିଡନୀ ପ୍ରତିରୋପଣ ପରେ କିଭଳି ନିଜକୁ ସୁସ୍ଥ ଓ ନୀରୋଗ ରଖିହେବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ମଣିପାଲ ହସ୍ପିଟାଲର ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତୀମୟ ମହାପାତ୍ର କହିଥିଲେ, “୫୦୦ରୁ ଅଧିକ କିଡନୀ ପ୍ରତିରୋପଣ କରିବା କେବଳ ଏକ ସଂଖ୍ୟା ନୁହେଁ, ଏହା ପ୍ରତେକ୍ୟ ରୋଗୀଙ୍କ ଆଶା, ଦୃଢ଼ତା ଏବଂ ରୋଗୀମାନଙ୍କ ଅଭୁତ ଯାତ୍ରାର ଏକ ଉତ୍ସବ । କିଡନୀ ପ୍ରତିରୋପଣ କ୍ଷେତ୍ରରେ ମଣିପାଲ ହସ୍ପିଟାଲର ସଫଳତା ପଛରେ ରହିଛି ଅଭିଜ୍ଞ ଡାକ୍ତରଙ୍କ ଟିମ୍ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ” । ଓଡ଼ିଶାବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହିତ ପ୍ରତେକ୍ୟ କିଡନୀ ରୋଗୀଙ୍କୁ ଏଠାରେ ସ୍ୱତନ୍ତ୍ର ଭାବରେ ଯତ୍ନ ନିଆଯାଏ ।
ରାଜ୍ୟ ନୋଡାଲ ଅଫିସର ( ସୋଟୋ ) ଡାକ୍ତର ଉମାକାନ୍ତ ସତପଥୀ କହିଥିଲେ, ଅଙ୍ଗଦାନ ଏକ ପୂଣ୍ୟ କାର୍ଯ୍ୟ, ଯାହା ଅନେକ ଜୀବନରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ । ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ୫୦୦ରୁ ଅଧିକ କିଡନୀ ପ୍ରତିରୋପଣ ଅଙ୍ଗଦାନ ପ୍ରଚାର ଓ ଅଂଶଗ୍ରହଣ ବୃଦ୍ଧି କରିବା ଅତ୍ୟାବଶ୍ୟକ ରହିଛି । ନିଶ୍ଚୟ ଆମକୁ ସଫଳତା ଦେବ ଓ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ସୂଚନା ଦିଏ । ଏହି ଭଳି କାର୍ଯ୍ୟକମ ଆମକୁ କିଡନୀ ଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ବେଶ ସହାୟକ ହୋଇଥାଏ ।
ସେହିଭଳି ଅଭିନେତା ସବ୍ୟସାଚୀ କିଡନୀ ପ୍ରତିରୋପଣ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅନୁଭବ ଓ ପ୍ରତିରୋପଣ ସମୟରେ ତାଙ୍କର ଯାତ୍ରା ସମାଜ ପାଇଁ ଏକ ପ୍ରେରଣା ଦାୟକ ଅନୁଭୂତି । ଜୀବନ ଯୁଦ୍ଧରେ ନିରନ୍ତନ ପ୍ରୟାସ ।
ଶେଷରେ ମଣିପାଲ ହସ୍ପିଟାଲର ଅପରେସନ୍ ହେଡ୍ ରାଜର୍ଶୀ ଉପାଧ୍ୟାୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା