ଭୁଵନେଶ୍ଵର : ପୂର୍ବରୁ ଆପଣ ଏଟିଏମ୍ରୁ ଟଙ୍କା ଉଠାଉଥିଲେ । ଏବେ ଏଟିଏମ୍ରୁ ଆପଣ ଉଠାଇ ପାରିବେ ଚାଉଳ । ଭୁବନେଶ୍ୱରରେ ଖୋଲିଛି ଦେଶର ପ୍ରଥମ ଚାଉଳ ଏଟିଏମ୍ । ମଞ୍ଚେଶ୍ବର ସ୍ଥିତ ଚାଉଳ ଗୋଦାମଠାରେ ଖୋଲିଛି ଏହି ରାଇସ୍ ଏଟିଏମ୍ । ଏହି ଚାଉଳ ଏଟିଏମ୍କୁ ଉଦଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଏଟିଏମରୁ ଜଣେ ହିତାଧିକାରୀ ନିଜ କାର୍ଡ ନମ୍ବର ମାରି ଥମ୍ବ ସ୍କାନ କରି ଚାଉଳ ନେଇପାରିବେ। ରାଜଧାନୀରେ ଖୋଲିଥିବା ଦେଶର ପ୍ରଥମ ଚାଉଳ ଏଟିଏମ୍ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ । ଜଣେ ଖାଉଟି ସର୍ବାଧିକ ୨୫ କେଜି ଯାଏ ଚାଉଳ ATMରୁ ବାହାର କରିପାରିବେ ।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ