March 18, 2026

Utkal Sambad

ଭାସିଗଲା ତୁଙ୍ଗଭଦ୍ରା ଡ୍ୟାମ୍ ଡ୍ୟାମ୍ ଗେଟ୍

ନୂଆଦିଲ୍ଲୀ: ବର୍ଷାଜଳ ନିଷ୍କାସିନ ସମୟରେ କର୍ଣ୍ଣାଟକର ତୁଙ୍ଗଭଦ୍ରା ଡ୍ୟାମ୍ ର ଏକ ଗେଟ୍ ପାଣି ସୁଅରେ ଭାସି ଯାଇଛି। ଗତରାତିରେ ପାଣି ନିଷ୍କାସନ ସମୟରେ ପାଣିର ପ୍ରଖର ସ୍ରୋତରେ ଚେନ ଲିଙ୍କ ଭାଙ୍ଗି ଗେଟ୍ ଭାସିଯାଇଥିବା ଜଣ ପଡିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ ଡାଉନ ଷ୍ଟ୍ରିମ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ବନ୍ୟା ସତର୍କ ସୂଚନା ଜାରି କରାଯାଇଥିଲା ବେଳେ ଗୋଟିଏ ଗେଟ୍ ଉପରୁ ଚାପ ହ୍ରାସ କରିବାକୁ ସମସ୍ତ ୫ ଟି ଗେଟ୍ ଖୋଲି ଦିଆଯାଇଛି। ଏହାଫଳରେ ଜଳଭଣ୍ଡାରରେ ଜଳ କ୍ଷମତା ହ୍ରାସ ପାଇବ ଏବଂ ମରାମତି କାର୍ଯ୍ୟ କରାଯାଇ ପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।