March 11, 2026

Utkal Sambad

ଭାରତ ଉପରେ ଆମେରିକା ଶୁଳ୍କ କମାଇବା ସମ୍ବାବନା

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଲାଗୁ କରିଥିବା ଅତିରିକ୍ତ ଶୁଳ୍କ ହ୍ରାସ ନେଇ ଆଶା ଏବେ ଉଜ୍ଜଳ ହୋଇଛି। ଭାରତ ଉପରୁ ଆମେରିକା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ କମାଇପାରେ ବୋଲି ଆମେରିକୀୟ ଟ୍ରେଜେରି ସେକ୍ରେଟାରି ବେସେଣ୍ଟ ସ୍କଟ୍‌ ଆଜି ସଂକେତ ଦେଇଛନ୍ତି। ଡାଭୋସଠାରେ ଚାଲିଥିବା ବିଶ୍ବ ଅର୍ଥନୈତିକ ସମ୍ମିଳନୀ ପରିପ୍ରେକ୍ଷୀରେ ଏକ ଆଲୋଚନା ଅବସରରେ ସାମ୍ବାଦିକମାନଙ୍କୁ ଶୁଳ୍କ ହ୍ରାସ ନେଇ ସ୍କଟ୍‌ ଇଙ୍ଗିତ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତକୁ ଇତିମଧ୍ୟରେ ରୁଷ୍‌ରୁ ତୈଳ ଆମଦାନି ହ୍ରାସ କରିଛି। ତେଣୁ ଭାରତ ଆମେରିକା ବାଣିଜ୍ୟ କ୍ଷେତ୍ରରେ ଏହା ଆଉ ଏକ ସଫଳତା ହୋଇପାରିବ। ଏହି ତୈଳ ଆମଦାନି ହ୍ରାସକୁ ବିଚାରକୁ ନେଇ ଆମେରିକା ଭାରତ ଉପରେ ଲଗୁ କରିଥିବା ଅତିରିକ୍ତ ଶୁଳ୍କ ହ୍ରାସ କରିବା ପାଇଁ ଏବେ ବିଚାର କରିପାରିବ।