କଲମ୍ବୋ: ଅଭିଶା ଫର୍ଣ୍ଣାଡୋ ଏବଂ କୁସାଲ ମେଣ୍ଡିସଙ୍କଠାରୁ ଅର୍ଦ୍ଧଶତକ ବଳରେ ଭାରତକୁ ୨୪୯ ରନ୍ର ଲକ୍ଷ୍ୟ ଦେଇଛି ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୭ ଉଇକେଟ୍ ହରାଇ ୨୪୮ ରନ ସଂଗ୍ରହ କରିଥିଲା। ଭାରତ ପାଇଁ ପ୍ରଥମ ଦିନିକିଆ ମ୍ୟାଚ ଖେଳୁଥିବା ରିଆନ ପରାଗ ୫୪ ରନ ଦେଇ ୩ଟି ଉଇକେଟ ନେଇଥିଲେ। ଶ୍ରୀଲଙ୍କା ପାଇଁ ପୃଥମ ନିସଙ୍କା ଏବଂ ଫର୍ନାଣ୍ଡୋ ପ୍ରଥମ ଉଇକେଟ ପାଇଁ ୮୯ ରନ ଭାଗିଦାରୀ କରିଥିଲେ। ତେବେ ଫର୍ନାଣ୍ଡୋ ଶତକ ହରାଇ ୯୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଶେଷରେ କାମିନ୍ଦୁ ମେଣ୍ଡିସ ୧୯ଟି ବଲରେ ୨୩ ରନ ସଂଗ୍ରହ କରିଥିଲେ ।
More Stories
ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଖେଳାଳି
ଆଶୁତୋଷ ପାଇ ଭାପୁର ବ୍ଲକ ଉତ୍ସବ ମୁଖର
ଆନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ (ଏଫଆଇଭିବି) ପ୍ରଶାସନିକ ବୋର୍ଡରେ ଯୋଗଦେଲେ ଈଶା ଅମ୍ବାନୀ ଏବଂ ଲୁଇସ୍ ବାୱଡେନ୍