ଗଣିଆ ( ମନୋଜ ମଲିକ ): ICDS ଓ C3 ସଂସ୍ଥା ର ମିଳିତ ସହଯୋଗରେ ଗଣିଆ ବ୍ଲକ୍ ସ୍ଥିତ ମିଶନ ଶକ୍ତି ବୈଠକ ଗୃହ ଠାରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ତଥା ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଏ.ବି.ଡ଼ି.ଓ. ଶ୍ରୀଯୁକ୍ତ ରତନଲାଲ୍ ଲୋହର, ମୁଖ୍ୟ ବକ୍ତା C3 ସଂସ୍ଥା ର ଜିଲ୍ଲା ଅଧିକାରୀ ସୁକେଶ ମିର୍ଦ୍ଧା, ସମ୍ମାନନୀୟ ଅତିଥି ଭାବେ ସି.ଡ଼ି.ପି.ଓ. ଶ୍ରୀମତୀ ଉଷାରାଣୀ ସାହୁ, ଥାନା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଦଣ୍ତସେନା, ଏ.ବି.ଇ.ଓ. ରବୀନ୍ଦ୍ରନାଥ ବେହେରା, ମେଡିକାଲ ସୂପରଭାଇଯର ବସନ୍ତ କୁମାର ଦାସ, ଗଣିଆ ବ୍ଲକ ର ସମସ୍ତ ପଞ୍ଚାୟତ ର ସରପଞ୍ଚ ଏବଂ ପି. ଇ.ଓ., ଗଣିଆ ବ୍ଲକ ର ୫ଟି ସ୍କୁଲ ର ପ୍ରଧାନ ଶିକ୍ଷକ ମହୋଦୟ ସମେତ C3 ର ବ୍ଲକ୍ ଦାୟିତ୍ଵ ରେ ଥିବା ସ୍ଵତିରେଖା ଦାସ , ସୁଦୀପ୍ତ କୁମାର ସାହୁ ଯୋଗ ଦେଇଥିଲେ। C3 ଦଶପଲ୍ଲା ବ୍ଲକ୍ ଦାୟିତ୍ୱରେ ଥିବା ଶୁଭାଶିଷ ମିଶ୍ର ମଞ୍ଚାସିନ ଅତିଥି ଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ ସହ ଅତିଥି ଙ୍କ ପରିଚୟ ରଖିଥିଲେ। ପରେ ବ୍ଲକ୍ ଶିଶୁ ସୁରକ୍ଷା ଅଧିକାରୀ ଉଷାରାଣୀ ସାହୁ ମୋହାଦୟା କମିଟି ର ସମସ୍ତ ସଦସ୍ୟା ଙ୍କୁ ସ୍ଵାଗତ ଦେବା ସହିତ ସମସ୍ତ ଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ତଥା C3 ସଂସ୍ଥା ର ଜିଲ୍ଲା ଅଧିକାରୀ ସୁକେଶ ମିର୍ଦ୍ଧା ମହୋଦୟ C3 ସଂସ୍ଥା ର ଭୂମିକା ଓ କାର୍ଯ୍ୟକଳାପ ସହିତ ପଞ୍ଚାୟତ ଏବଂ ଗ୍ରାମ ସ୍ତରରେ ଶିଶୁ ସୁରକ୍ଷା କମିଟି ଗଠନ ର ଗୁରୁତ୍ତ୍ଵ ପୁର୍ଣ୍ଣ ଭୂମିକା ସହିତ କାର୍ଯ୍ୟକାରି କରିବା ପାଇଁ ଅନୁରୋଧ ରଖି ବାଲ୍ୟବିବାହ ର କାରଣ ଓ ନିରାକରଣ ସହିତ ଶିକ୍ଷ୍ୟାଠାରୁ ଦୁରେଇ ଯାଉଥିବା ପିଲାଙ୍କୁ ଶିକ୍ଷ୍ୟା ସହ ଯୋଡ଼ି ବାଲ୍ୟବିବାହ କୁ ରୋକିବା ନିମନ୍ତେ ପ୍ରତ୍ୟେକ ସ୍ତରରେ କିଭଳି ଏକ ସପୂର୍ଣ୍ଣ ପଦକ୍ଷେପ ନିଆଯାଇପାରିବ ସେ ଉପରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା