ଗଣିଆ -(ମନୋରଞ୍ଜନ ମଳିକ )-ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଓଡ଼ିଶା ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଓ ଗଣିଆ ବ୍ଲକ ପ୍ରଶାସନ ର ମିଳିତ ସହଯୋଗରେ ଗଣିଆ ବ୍ଲକ ପରିସରରେ ବୁଧବାର ଦିନ ବ୍ଲକ ସମ୍ମିଳନୀ କକ୍ଷରେ ଏକ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତ ସମିତି ଅଧକ୍ଷା ଝୁନା ଜେନା ପୌରହିତରେ ବିଡିଓ ପ୍ରିତିବlଳା ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯକ୍ରମରେ ଜିଲ୍ଲା ନିୟୋଜନ ଅଧିକାରୀ ଦୁର୍ଗାପ୍ରସାଦ ଦାସ, ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା,କନ୍ଧମାଳ ସାଂସଦ ପ୍ରତିନିଧି ଶରତ କର ମଞ୍ଚlସିନ ଥିଲେ । ନୟାଗଡ ସରକାରୀ ପଲିଟେକନିକ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଜ ମତ ରଖିଥିଲେ କି ଓଡ଼ିଶା ସରକାର ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ITI ଶିକ୍ଷା ପ୍ରଦାନ କରୁଛନ୍ତି ଏବଂ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମାନେ ଏହାର ଲାଭ ଉଠାଇବା ଆବଶ୍ୟକ । ଗ୍ରାମ ତରଙ୍ଗ, ଡାଟାପ୍ରୋ, ଶାଢ଼ୀ ଏକ୍ସପୋର୍ଟ, ମହିନ୍ଦ୍ରା, ସି- ପେଟ (କେନ୍ଦ୍ର ସରକାର) କଲେଜ୍ ବିଦ୍ୟାର୍ଥୀ ମାନଙ୍କୁ ୬ ମାସରୁ ୧ ବର୍ଷ ମଧ୍ୟରେ ପାଠ୍ୟକ୍ରମ ଭିତରେ ଓଡ଼ିଶା ମଧ୍ୟରେ ନିଯୁକ୍ତି ଯୋଗାଇ ଦେଉଛନ୍ତି ବୋଲି ମତ ରଖିଥିଲେ।କେନ୍ଦ୍ର ସରକାଙ୍କର ଦକ୍ଷତା ବିକାଶ ମନ୍ତ୍ରଣାଳୟ ର ପ୍ରତିନିଧି ନିଜ ମତ ରଖିଥିଲେ କି ଭାରତ ସରକାଙ୍କ ର ବିଭିନ୍ନ କାର୍ଯ୍ୟ ଖସଡ଼ା ଅନୁଯାୟୀ ଯେଉଁ ମାନେ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ସମାପ୍ତ କରିବେ ସେମାନଙ୍କୁ ଜାପାନରେ ନିଯୁକ୍ତି ଦିଆଯାଇଛି। କିଶୋରଚନ୍ଦ୍ର ବିଦ୍ୟାପୀଠ ର ଛାତ୍ରଛତ୍ରୀମାନଙ୍କ ସହିତ ଏହି ଶିବିର ରେ ଗଣିଆ ମହାବିଦ୍ୟାଳୟ ତଥା ଆର. ସି. ସାମନ୍ତରାୟ କଲେଜ ର ଛାତ୍ରଛାତ୍ରୀ ମାନେ ଯୋଗଦେଇ ସଭାକୁ ସଫଲ୍ୟ କରିଥିଲେ। ଗଣିଆ ଓଡିଶା ଜୀବିକା ମିଶନ ବ୍ଲକ ପ୍ରକଳ୍ପ ସଂଯୋଜକ ଅମ୍ବିକା ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା