June 26, 2025

Utkal Sambad

ବ୍ଲକସ୍ଥରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ

ଗଣିଆ (ମନୋଜ ମଳିକ) – ନୟାଗଡ ଜିଲ୍ଲା ଗଣିଆ ବ୍ଲକ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅସ୍ଥିଶଲ୍ୟ,ଚକ୍ଷୁ, କର୍ଣ୍ଣ, ମସ୍ତିଷ୍କ ବିକୃତ ବିଭାଗର ଏକ ଡ଼ାକ୍ତରୀ ଟିମ୍ ପହଞ୍ଚି ଭିନ୍ନକ୍ଷମଙ୍କୁ ଚିହ୍ନଟ ସହିତ ପରୀକ୍ଷା କରିଥିଲେ । ଶିବିରରେ ମୋଟ ୧୦ ଟି ବିଭାଗର ଷ୍ଟଲ ଖୋଲାଯାଇ ନାମ ପଞ୍ଜିକରଣ କରାଯାଇଥିଲା । ଶିବିରରେ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସ୍ବେଛାସେବୀ ସଂଗଠନ ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ବିଭାଗ ତଥା ଲୋକପ୍ରତିନିଧି ମାନେ ସହଯୋଗ କରିଥିଲେ । ଏହି ଶିବିରକୁ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ, ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ,ସମସ୍ତ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ । ଶିବିରରେ ପ୍ରାୟ ୨୭୮ଜଣ ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ ଶାରୀରିକ ଭିନ୍ନକ୍ଷମ ଏବଂ ଅନ୍ୟାନ୍ୟ-୧୧୬, ଶ୍ରବଣ ବାଧିତ -୮୬, ଦୃଷ୍ଟି ବାଧିତ -୨୨, ମାନସିକ ଅନଗ୍ରସର -୫୪ ଜଣ । ସାମାଜିକ ସୁରକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ସମାପ୍ତ ହୋଇଥିଲା ।