June 26, 2025

Utkal Sambad

ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ହେବ ଦୁଇ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

 

  • ଫେବୃଆରୀ ୧୩ ତାରିଖରେ ହେବ ବିଶାଳ ରକ୍ତଦାନ ଶିବର
  • ୧୪ରେ ୧୦ଜଣ ପୂର୍ବତନ ସେନା ଅଧିକାରୀ ଓ ୩୦ଜଣ ସାମାଜିକ କର୍ମୀ ଏବଂ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା
  • ରାଜ୍ୟରେ ଦେଖାଯିବ ନି ରକ୍ତର ଅଭାବ : ଭଗତ ଶାଖିପଡ଼ା, ସମ୍ପାଦକ, ସାଥୀ ଚାରିଟେବୁଲ ଟ୍ରଷ୍ଟ

ଭୁବନେଶ୍ବର : ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ୪୦ଜଣ ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ହେବ ଦୁଇ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏ ନେଇ ମଙ୍ଗଳବାର ଭୁବନେଶ୍ବରସ୍ଥିତ ସତ୍ୟଭାମା ଦେବୀ ମୁକ ବଧିର କଲେଜଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ସାଥୀ ଚାରିଟେବୁଲ ଟ୍ରଷ୍ଟ୍ ଏବଂ ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ I

ଆଗାମୀ ୧୩ ଓ ୧୪ତାରିଖ ଦୁଇ ଦିନ ସତ୍ୟଭାମା ଦେବୀ ମୁକ ବଧିର କଲେଜଠାରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ ହେବ ଏ ନେଇ ସୂଚନା ଦେଇଛନ୍ତି ସାଥୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଭଗତ ଶାଖିପଡ଼ା ସାଥୀ ଚାରିଟେବୁଲ ଟ୍ରଷ୍ଟ୍ ଏବଂ ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ ଏହି ଦିବସ ବ୍ୟାପୀ କାର୍ଯ୍ୟକ୍ରମ ବିଶେଷ କରି ସାଥୀ ଚାରିଟେବୁଲ ଟ୍ରଷ୍ଟର ସଭାପତି ସିଦ୍ଧାର୍ଥ ଶାହା ସବୁବେଳେ ସାମାଜିକ କ୍ଷେତ୍ରରେ କିଭଳି ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିବ ସେ ନେଇ କାର୍ଯ୍ୟ କରିଥାନ୍ତି |ଦେଖା ଦେଉଥିବା ରକ୍ତ ଅଭାବକୁ ଦୃଷ୍ଟିରେ ରଖି ୧୩ତାରିଖ ଦିନ ଏକ ବିଶାଳ ରକ୍ତଦାନ ଶିବରର କାର୍ଯ୍ୟକ୍ରମ ରଖାଯାଇଛି ଏହାର ଉଦ୍ଦେଶ୍ୟ ରହିଛି ଯେଭଳି କୌଣସି ବ୍ୟକ୍ତି ରକ୍ତ ଅଭାବର ଶିକାର ନ ହୁଅନ୍ତୁ ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ସେହିଭଳି ୧୪ତାରିଖ ଦିନ ଶହୀଦ ଯବାନଙ୍କ ସ୍ମୃତି ଉଦେଶ୍ୟରେ ୧୦ଜଣ ପୂର୍ବତନ ସେନା ଅଧିକାରୀ ଓ ୩୦ଜଣ ସାମାଜିକ କର୍ମୀ ଏବଂ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ସାଥୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଭଗତ ଶାଖିପଡ଼ା, ଅଲ୍ ଓଡ଼ିଶା ଭଗତ ସିଂହ ସଂଗଠନର ଫାଉଣ୍ଡର ଅଙ୍କିତ ବାୱା, ସତ୍ୟଭାମା ଦେବୀ ମୁକ ବଧିର ମହାବିଦ୍ୟାଳୟର ସମ୍ପାଦିକା ନିରୋଜା ଲକ୍ଷ୍ମୀ ମହାପାତ୍ର ପ୍ରମୁଖଙ୍କ ସମେତ ସାଥୀ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।