ଭୁବନେଶ୍ୱର: ସାମ୍ବାଦିକତା କ୍ଷେତ୍ରରେ ବ୍ୟଙ୍ଗ ଚିତ୍ର (କାର୍ଟୁନ ) ଗୁଡିକ ଅଧିକ ପ୍ରଭାବି ହୋଇପାରିବ ଜଦି ଚିତ୍ରକାର ର ଚିନ୍ତାଧାରା ପ୍ରଭାବି ଶାଳୀ ହୋଇଥିବ l ପ୍ରତ୍ୟକ ରାଷ୍ଟ୍ରରେ ସମ୍ପାଦକୀୟ ବ୍ୟଙ୍ଗଚିତ୍ର ଜନମାନସରେ ଗଭୀର ରେଖାପାତ କରିଥାଏ l ଜାହାକୁ ବିଜେବି କଲେଜ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅନୁଷ୍ଠିତ ଦିନିକିଆ କାର୍ଟୁନ କର୍ମଶାଳା ରେ ଯୋଗଦେଇ ଅତିଥି ମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ l ଏହି କର୍ମଶାଳାରେ ସାମ୍ବାଦିକତା ଛାତ୍ରଛାତ୍ରୀ ମାନଙ୍କୁ ବ୍ୟଙ୍ଗ ଚିତ୍ରର ଆବଶ୍ୟକତା, ଗୁରୁତ୍ୱ ଏବଂ ବ୍ୟଙ୍ଗ ଚିତ୍ରକାରଙ୍କ ଦାୟିତ୍ୱ ସମ୍ପର୍କ ରେ ପେସାଦାର ବ୍ୟଙ୍ଗକାର ଅବଗତ କରିବା ସହ ଏହାକୁ କିପରି କ୍ୟାରିୟର କରାଯାଇ ପରେ, ସେ ବିଷୟରେ ବର୍ଣ୍ଣନା କରିଥିଲେ l ବରିଷ୍ଠ ସମ୍ପାଦକୀୟ ବ୍ୟଙ୍ଗ ଚିତ୍ର ଶିଳ୍ପୀ ନନ୍ଦେସୁ କହିଥିଲେ ଜେ ବ୍ୟଙ୍ଗ ଚିତ୍ର ଗୁଡିକ ପାଠକ ଙ୍କ ମଧ୍ୟରେ ହାସ୍ୟାରସ ସୃଷ୍ଟି କରିବା ସହ ଆବଶ୍ୟକ ବେଳେ ସେମାନଙ୍କୁ ବିବ୍ରତ କରିବାର କ୍ଷମତା ମଧ୍ୟ ରଖିବା ଆବଶ୍ୟକ l ଅନ୍ୟତମ ଅତିଥି, ସମ୍ପାଦକୀୟ ବ୍ୟଙ୍ଗ ଚିତ୍ର ଶିଳ୍ପୀ ଦେବାଶିଷ ସିଂହ, ବ୍ୟଙ୍ଗାତ୍ମକ ଚିତ୍ର ଅଙ୍କିବା ଓ ଉପସ୍ଥାପନା କରିବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ବିଜେବି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଇତିଶ୍ରୀ ପାଢ଼ୀ କର୍ମଶାଳାକୁ ଉଦଘାଟନ କରି କହିଥିଲେ ଜେ ସମ୍ପାଦକୀୟ ବ୍ୟଙ୍ଗଚିତ୍ର ସମାଲୋଚନା ଓ ରମ୍ୟରଚନା ର ମିଳିତ ଉପସ୍ଥାପନା l ଏହି ଉତ୍ସବ ଟି ଵିଭାଗ ର ମୁଖ୍ୟ ଡ଼ଃ ନଳିନ କୁମାର ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ବୈଠକରେ ବରଷ୍ଠ ଅଧ୍ୟାପିକା ରାଜଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବଶରରେ
ଏକ ବ୍ୟଙ୍ଗ ଚିତ୍ର ପ୍ରତିଯୋଗିତା ଏବଂ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତାରେ ବିଜୟୀ ୪ ଜଣଙ୍କୁ ପୁରସ୍କୃତ କରାଯାଇଥିଲା l
More Stories
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ