October 11, 2025

Utkal Sambad

ବିହାରର ରାଜନୈତିକ ଦଳ ଭାଙ୍ଗିବାକୁ ଚାହୁଁଛନ୍ତି ମୋଦିଜୀ

ପାଟନା: ବିହାରର ରାଜନୈତିକ ମାହୋଲ ମଧ୍ୟରେ ଚିରାଗ ପାସଓ୍ବାନ ଓ ବିଜେପି ମଧ୍ୟରେ ଚାପା ଗୁଞ୍ଜରଣ ଜାରି ରହିଛି। ତେବେ ଶୁଣିବାକୁ ମିଳୁଛି କି, ଚିରାଗ ପାସଓ୍ବାନଙ୍କ ୩ଜଣ ଏମପି ବିଜେପି ସହ ଯୋଗାଯୋଗରେ ଅଛନ୍ତି। ୩ଜଣ ଯାକ ଜଣ ଜଣ କରି ପିଏମ ମୋଦିଙ୍କୁ ସାକ୍ଷାତ କରି ସାରିଛନ୍ତି। ଏବେ ମୋଦିଜୀ ଏଲଜିପି ପାର୍ଟିକୁ ଭାଙ୍ଗି ଦଳର ଏମପିମାନଙ୍କୁ ନିଜ ପଟକୁ ଆଣିବାକୁ ଚେଷ୍ଟା କରୁଛନ୍ତି।  ଏହାପରେ ଚିରାଗ ପାସଓ୍ବାନଙ୍କ ୫ଏମପିଙ୍କୁ ଆଣିଲେ। ସେହିପରି ନୀତିଶ କୁମାରଙ୍କ ପାର୍ଟିଙ୍କୁ ଭାଙ୍ଗିବା ପାଇଁ ପୁରା ଜୋର ଲଗାଇଦେଲେ। ଏବେ ଚିରାଗ ତାଙ୍କ ବିରୋଧରେ ଯାଇ ବିରୋଧୀଙ୍କୁ ସମର୍ଥନ କରୁଛନ୍ତି ତେଣୁ ତାଙ୍କ ପାର୍ଟି ଭାଙ୍ଗିବାକୁ ଲାଗି ପଡିଛନ୍ତି। ଯାହାକୁ କାଉଣ୍ଟର କରିଛନ୍ତି ଏଲଜେପି ନେତା। ଏହି ଦାବି କରିଛନ୍ତି ଆରଜେଡି ବିଧାୟକ ମୁକେଶ ରୋଶନ।ସେ ଆହୁରି କହିଛନ୍ତି, ଭାରତୀୟ ଜନତା ପାର୍ଟିର ଏଭଳି କିଛି ଇତିହାସ ରହିଛି। ପ୍ରଥମେ ନିଜ ସହଯୋଗୀ ଦଳ ଭିଆଇପିର ୩ବିଧାୟକଙ୍କୁ ନିଜ ପାର୍ଟିକୁ ଆଣିଦେଲେ।ଏଲଜେପି ନେତା ରାଜେଶ ବର୍ମା କହିଛନ୍ତି, ଆମର ପାର୍ଟି ଏକଜୁଟ ଅଛି। ଚିରାଗ ଆମକୁ ସୁଯୋଗ ଦେଇଛନ୍ତି ଆମେ ତାଙ୍କୁ ସମର୍ଥନ କରିଛୁ। ତାଙ୍କ ପ୍ରତି ବେଆଇନ ହେବୁ ନାହିଁ।