ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ଶୁକ୍ରବାର ରାଜ୍ୟ ସଭାରେ ଗୃହ ଅଧ୍ୟକ୍ଷ ଓ ଜଣେ ମହିଳା ଏମପିଙ୍କ ମଧ୍ୟରେ କଥା କଟାକଟି ଉଗ୍ର ରୂପ ନେଇଛି। ଗୃହରେ ଅଧ୍ୟକ୍ଷ ଧନଖର ଯେତେବେଳେ ଜୟାଙ୍କୁ ଜୟା ଅମିତାଭ ବଚ୍ଚନ କହି ସମ୍ବୋଧନ କରିଥିଲେ ସେତେବେଳେ ଜୟା ସାଙ୍ଗେସାଙ୍ଗେ ରାଗି ଯାଇଥିଲେ। ଯାହାକୁ ନେଇ ସେ କହିଛନ୍ତି, ମୁଁ ଜଣେ କଳାକାର ଏବଂ ସବୁ ଇସାରାକୁ ବହୁତ ଭଲ ଭାବରେ ବୁଝି ପାରୁଛି। ସମାଜବାଦୀ ପାର୍ଟିର ସଦସ୍ୟ ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି। ଧନଖରଙ୍କୁ ଜୟା ଆହୁରି କହିଛନ୍ତି , ମୋତେ କ୍ଷମା କରିବେ କିନ୍ତୁ ଆପଣଙ୍କର ଏପରି ବ୍ୟବହାର ମୋ ପାଇଁ ଆଦୌ ଗ୍ରହଣୀୟ ନୁହେଁ। କହିରଖୁଛୁ କି, ଅଧ୍ୟକ୍ଷ ଜୟା ବଚ୍ଚନଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧିତ କରିଥିଲେ, ଯେଉଁଥିରେ ରାଜ୍ୟ ସଭା ଏମପି ଜୟା ଅନେକ ଥର ଆପତ୍ତି ଜଣାଇଥିଲେ।
More Stories
ଟାଇମ୍ ୧୦୦ ଫିଲାନଥ୍ରୋପି ୨୦୨୫’ ବିଶ୍ୱ ତାଲିକାରେ ମୁକେଶ ଏବଂ ନୀତା ଅମ୍ବାନୀ ସାମିଲ
ମହାକୁମ୍ଭରେ ଜିଓର ୫ଜି ସ୍ପିଡ୍ ଏୟାରଟେଲ୍ ଅପେକ୍ଷା ଉନ୍ନତ ରହିଥିଲା: ଓକଲା ରିପୋର୍ଟ
ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଫିଟନେସ୍ ମନ୍ତ୍ର ଦେଲେ ନୀତା ଅମ୍ବାନୀ