ଗଣିଆ- (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ବେଲପଡାପାଟଣା ହାଇସ୍କୁଲ ପଡ଼ିଆରେ ରଘୁନାଥ ଜୀଉ କ୍ଲବ ଆନୁକୁଲ୍ୟରେ ଚାଲିଥିବା ରାଜ୍ୟ ସ୍ତରିୟ ଦୟାନିଧି ସାହୁ ସୁନୀଲ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ଦିବସ ରେ କଟକ ଓ ଭୁବନେଶ୍ୱର ଦଳ ପରସ୍ପର କୁ ଭେଟି ଥିଲେ । ଭୁବନେଶ୍ଵର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ।ମାତ୍ର ନିର୍ଧାରିତ ୧୮ ଓଭର ଖେଳି ନପାରି ୧୭ ଓଭର ରେ ସମସ୍ତ ଉଇକେଟ ହରାଇ ୧୬୮ ରନ କରିଥିଲା। ଜବାବରେ କଟକ ଦଳ ମାତ୍ର ୧୨ ଓଭରରେ ୧୬୯ ରନ କରି ଚମ୍ପିୟାନ ଘୋଷିତ ହୋଇଥିଲା । ଆଜିର ଖେଳରେ କଟକର କାଳିଆ ଜେନା ଧୁଆଁ ଧାର ଶତକ ଅର୍ଜନ କରି ମ୍ୟାନ ଅଫ୍ ମ୍ୟାଚ ଓ ସମସ୍ତ ମ୍ୟାଚ ରେ୧୫୩ ରନ ଓ ୪ ଟି ୱିକେଟ ନେଇ ମ୍ୟାନ ଅଫ୍ ସିରିଜ ଘୋଷିତ ହୋଇଥିଲେ । ଚମ୍ପିୟାନ ଦଳକୁ ଟ୍ରଫି ସହ ୩୧୦୦୦ ଟଙ୍କା ଓ ଉପବିଜେତା ଦଳ ଭୁବନେଶ୍ବର କୁ ଟ୍ରଫି ସହ ୨୧୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଆଜିର ଖେଳରେ ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଏକ ବିରାଟ ପଟୁଆରରେ ଆସି ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବେଲପଡା ଗ୍ରାମ କମିଟି ସଭାପତି ମହାଦେବ ମହାରଣା,ଉପ ସଭାପତି ମହେନ୍ଦ୍ର ମହାରଣା, ସମ୍ପାଦକ ବିରଞ୍ଚି ନାରାୟଣ ପୃଷ୍ଟି, ସରପଞ୍ଚ ସୁକାନ୍ତ ଗଣ୍ଠିଆ, ସୁଧାଂଶୁ ଗଣ୍ଠିଆ ପ୍ରମୁଖ ମଞ୍ଚାସୀନ ଥିଲେ ।ସମିର କୁମାର ମହାପାତ୍ର ଓ ତ୍ରିଲୋଚନ ବସ୍ତି ଖେଳ ପରିଚାଳନା କରିଥିଲେ । ତେବେ ଏପଟେ ଦେଶ ସାରା ବିଗତ ପ୍ରଧାନମନ୍ତ୍ରୀ ✓ ମନମୋହନ ସିଂ ଙ୍କ ମୃତ୍ୟୁରେ ଶୋକ ପାଳନ କରୁଥିବା ବେଳେ ବିଧାୟକ କିପରି ଖେଳ ଉଦଯାପନୀ ଦିବସରେ ମସଗୁଲ ଅଛନ୍ତି ତାହା ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ