ଗଣିଆ -(ମନୋରଞ୍ଜନ ମଳିକ )-ରାଜ୍ୟ ସରକାର ବିଦ୍ୟୁତ୍ ଉପଭୋକ୍ତା ଓ ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି l ଯେଉଁଥି ପାଇଁ ଗରିବ ଠାରୁ ଆରମ୍ଭକରି ଧନୀ ପର୍ଯ୍ୟନ୍ତ ସମାନ ଭାବେ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ଆଇନ୍ ପ୍ରଣୟନ କରାଯାଇଅଛି, କିନ୍ତୁ କିଛି ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କ ମନମlନି ପାଇଁ ଆଜି ବି ଅବହେଳିତ ହେଉଛନ୍ତି ଜନସାଧାରଣ, ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବେଳପଡl ପାଟଣା ଗ୍ରାମ ପଞ୍ଚାୟତ ର ବିଜୟନଗର ଗ୍ରାମର ନିରଞ୍ଜନ ରାଉତ ଦିର୍ଘ ଏକ ବର୍ଷ ପୁର୍ବରୁ ନୂତନ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ୍ କାର୍ଯ୍ୟାଳୟ ରେ ତିନି ହଜାର ନଅ ଶତ ଟଙ୍କା ଜମା କରି ଥିଲେ l କିନ୍ତୁ ଜମା କରି ବାର ଛଅ ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ଆଗେଇ ନଥିବାରୁ ନିରଞ୍ଜନ କର୍ଯ୍ୟଲୟ ର କର୍ମଚାୀମାନଙ୍କୁ ପଚାରିଥିଲେ, କୌଣସି କଗଜ ପତ୍ର ମୋ ପାଖରେ ନାହିଁ କିରାଣୀ କହିଥିଲେ l ଏଥିରେ ନିରଞ୍ଜନ ରାଗିଯାଇ କନିଷ୍ଠ ଯନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ l ଅଭିଯୋଗ ପରେ କନିଷ୍ଠ ଯନ୍ତ୍ରୀ ଜମା କରିଥିବା ଫର୍ମ ଖlରଜ୍ ହୋଇଯାଇଥିବା କଥା ଜଣାଇ ପୁନର୍ବାର ଦୁଇ ହଜାର ଏକ ଶହ ଟଙ୍କା ଜମା କରିବା ନିମନ୍ତେ କହିଥିଲେ l ଦୀର୍ଘ ଚାରିମାସ ବିତିଯାଇ ଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇପାରିନଥିଲା l ଏକ ମାସ ପୁର୍ବରୁ ନିରଞ୍ଜନ କନିଷ୍ଠ ଯନ୍ତ୍ରୀ ଙ୍କୁ ବିଦ୍ୟୁତ୍ ଖୁଣ୍ଟ କେବେ ପଡ଼ିବ ବୋଲି ପଚାରିଥିଲେ l କନିଷ୍ଠ ଯନ୍ତ୍ରୀ ନିରଞ୍ଜନ କୁ ଅଠ ଚାଳିଶ ହଜାର ଟଙ୍କା ଜମା କରିବା ପାଇଁ କହିଥିଲେ ଏବଂ ଆଗାମୀ ଦଶ ଦିନ ମଧ୍ୟରେ ବିଦ୍ୟୁତ୍ ଖମ୍ବ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରତି ଦେଇଥିଲେ l ଏକ ମାସ ବିତଯାଇଥିଲେ ମଧ୍ଯ ନୂତନ ବିଦ୍ୟୁତ ସଂଯୋଗ ହେlଇ ନଥିବାରୁ ନିରଞ୍ଜନ ଗୁରୁବାର ଦିନ ପତ୍ନୀ ପ୍ରତିମା ରାଉତ ଙ୍କ ସହିତ ତିନି ଝିଅ ଙ୍କୁ ନେଇ ଗଣିଆ ବିଦ୍ୟୁତ୍ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଥିଲେ l ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ରୁ ଓହରିବେ ନାହିଁ ବୋଲି ନିରଞ୍ଜନ କହିଥିଲେ l ଘଟଣା ସ୍ଥଳରେ ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା, କିଶୋର ପ୍ରସାଦ ପଞ୍ଚାୟତ ପୂର୍ବତନ ସରପଞ୍ଚ, ସମାଜ ସେବୀ ପ୍ରଦୀପ କୁମାର ସାହୁ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ବିଭୂତି ଭୂଷଣ ପଣ୍ଡା, ପହଞ୍ଚି ନିରଞ୍ଜନ କୂ ବୁଝାଇବା ସହିତ ବିଦ୍ୟୁତ୍ ବିଭାଗୀୟ ଏସ ଡି ଓ ଙ୍କୁ ଯୋଗାଯୋଗ କରିବା ପରେ ଅଧିକାରୀ ତନ୍ମୟ କୁମାର ପୃଷ୍ଟି ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନ ପାରିବାର କୁ ବୁଝାସୁଝା କରିବା ସହ ଗୁରୁବାର ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ଖୁଣ୍ଟ ପକାଇବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ l ପରେ ନିରଞ୍ଜନ ପରିବାର ଲୋକ ଅନଶନ ରୁ ଓହରିଥିଲ l ଯଦି ଆସନ୍ତା ଶୁକ୍ରବାର ସୁଦ୍ଧା ନୂତନ ବିଦ୍ୟୁତ୍ ଖୁଣ୍ଟ ସହ ବିଦ୍ୟୁତ ସଂଯୋଗ କରାନଯାଏ,ତେବେ ଶନିବାର ଦିନ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ଜାରି ରଖିବେ ବୋଲି ନିରଞ୍ଜନ କହିଛନ୍ତି l
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା