ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀ ଗିରିଧାରୀ ସେଠୀ ଆଜି ଦଶପଲ୍ଲା ଠାରେ ଉପସ୍ଥିତ ରହି ବିଜେପି ରେ ଯୋଗ ଦେଇଥିବାର ଜଣାପଡିଛି ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ଗଣିଆ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀ ଗିରିଧାରୀ ସେଠୀ ଙ୍କ ସମେତ ଗଣିଆ ଗ୍ରାମପଂଚାୟତ ର ସମସ୍ତ ୱାର୍ଡ ମେମ୍ବର ସହିତ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଦଶପଲ୍ଲା ଠାରେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ ସମେତ ଗଣିଆ ବ୍ଲକ ସାଂସଦ ଙ୍କ ପ୍ରତିନିଧି ଶରତ କର ଓ ଅନ୍ୟ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ, ଗଣିଆ ସରପଞ୍ଚ ବିଜେପି ରେ ମିଶିବା ପରେ ଗଣିଆ ବ୍ଲକ ରେ ରାଜନୀତି ସରଗରମ ଦେଖିବାକୁ ମିଳିଛି, ସରପଞ୍ଚ ମିଶିବା ପରେ ବିଜେପି ପାଇ କାମ କରିବା ସହିତ ଆଗାମୀ ଦିନରେ ଗଣିଆ ରାଜନୀତି ପାଣିପାଗ ଅଲଗା ହେବ ବୋଲି ଜଣାପଡିଛି |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ