ଭୁବନେଶ୍ୱର: ଘର ବାହୁଡା କରିଛନ୍ତି ବରି ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି। କିଛିଦିନ ତଳେ ସେ ବିଜେଡି ଚଡି ବିଜେପିରେ ଯୋଗ ଦେଇଥିଲେ। ଯାହାପରେ ବରୀ ରାଜନୀତି ସରଗରମ ହୋଇଉଠିଥିଲା। ସ୍ଥାନୀୟ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଅଶୋକ ଗେଡିଙ୍କୁ ଦଳକୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି। ମଙ୍ଗଳବାର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଦଳକୁ ଫେରିଛନ୍ତି। ଏହି ଅବସରରେ ଦଳର ବରିଷ୍ଠ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଳିକ କହିଛନ୍ତି ଶାସକ ଦଳ ବିଜେଡି ଭାଙ୍ଗିବାକୁ ଚେଷ୍ଟା କରୁଛି। ଅଶୋକଙ୍କୁ ପ୍ରଲୋଭନ ଓ ବିଭିନ୍ନ ଧମକ ଦିଆଯାଇଥିଲା। ତେବେ ସେ ଆଜି ନିଜ ଘର ବାହୁଡା କରିଛନ୍ତି ଏବଂ ତାଙ୍କ ସହିତ ଅନେକ ସରପଞ୍ଚ ଓ ସମିତି ସଭ୍ୟ ପୁଣି ବିଜେଡିକୁ ଫେରିଛନ୍ତି। ଫଳରେ ଯାଜପୁର ବରୀ ନିର୍ବାଚନ ମଣ୍ଡଳିରେ ଦଳର ଶକ୍ତି ବୃଦ୍ଧି ପାଇଛି ଓ ଯାଜପୁରରେ ଦଳ ସୁସଙ୍ଗଠିତ ହୋଇ ରହିଛି।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ