June 26, 2025

Utkal Sambad

ବାଲ୍ୟ ବିବାହ ମୁକ୍ତ ପାଇ ଗଣିଆ ବ୍ଲକରେ ବୁଲିଲା ସଚେତନ ରଥ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ବୁଲିଲା ବାଲ୍ୟ ବିବାହ ସଚେତନ ରଥ,ଖବର ନେବାରେ ଜଣାଗଲାଯେ ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ନୟାଗଡ ତରଫରୁ ବାଲ୍ୟ ବିବାହ ମୁକ୍ତ ଭାରତ କରିବା ପାଇ ଗଣିଆ ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରି ଲୋକ ମାନଙ୍କୁ ସଚେତନ କରୁଛନ୍ତି ବୋଲି ଜଣାପଡିଛି, କମ ବୟସ ର ଝିଅ ପିଲା ମାନଙ୍କୁ ବିବାହ ନ କରିବା ପାଇ ଲୋକ ମାନଙ୍କୁ ସଚେତନ କରିଥିଲେ, କମ ବୟସ ର ପିଲା ଙ୍କୁ ବିବାହ କଲେ କଣ କଣ ଅସୁବିଧା ହୁଏ, ତା ବିଷୟରେ ସଚେତନ କରିଛନ୍ତି, ସଚେତନ ରଥ ବୁଲିଲା ପରେ ଲୋକ ମାନେ କେତେ ସଚେତନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା |