ଗଣିଆ – (ମନୋରଞ୍ଜନ ମଳିକ )-ସମୟ ର ଚକରେ କେତେବେଳେ କାହାର ଭାଗ୍ୟ କେଉଁ ଦିଗକୁ ଗତି କରିବ ତାହା ବା କିଏ ଜାଣିଛି lଏପଟେ ନିଜ ଘରେ ବାପାଙ୍କ ମୃତ୍ୟୁ ହୋଇ ଶବ ପଡ଼ିଥିବା ବେଳେ ଅନ୍ୟପଟେ ସଡ଼କ ଦୁର୍ଘଟଣାରେ ପୁଅ ଓ ବୋହୁ ଙ୍କ ଜୀବନ କ୍ଷଣକ ଭିତରେ ଚାଲିଯାଇଥିଲl l ବାପାଙ୍କ ଶବଦାହ କରି ନପାରି ସବୁଦିନ ପାଇଁ ଆଖି ବୁଜିଲେ ପୁଅ ଓ ବୋହୂ l l ସୂଚନାନୁଯାୟୀ ନୂଆପଡା ଜିଲ୍ଲା ହାଇସ୍କୁଲ ରେ ଶିକ୍ଷକତା କରୁଥିଲେ ରାଜକିଶୋର ସାହୁ l ହଠାତ ବାପା ବଲ୍ଲଭ ସାହୁଙ୍କ ମୃତ୍ୟୁ ଖବର ପାଇ ଉଭୟ ପୁଅ ରାଜକିଶୋର ସାହୁ ଓ ବୋହୁ ମିନାକ୍ଷୀ ସାହୁ ନିଜ ଗାଁ ନୟାଗଡ ଜିଲ୍ଲା ଗଣିଆ ଥାନା ତେଲି ସାହି(ପାଟଣା ସାହି) ଗତକାଲି ନୂଆପଡାରୁ ଏକ କାରରେ ଉଭୟ ଦମ୍ପତି ବିଳମ୍ବିତ ରାତିରେ ଗଣିଆକୁ ଆସୁଥିବା ସମୟରେ ବୌଦ୍ଧ ଥାନା ରାମ୍ଭିକଟା ଟୁଲଗେଟ ନିକଟରେ ଠିଆ ହୋଇଥିବା ଏକ ଖୁଦ ବୋଝେଇ ଟ୍ରକ ସହ ମୁହାଁମୁହିଁ କାରଟି ଧକା ଦେଇଥିଲା l ଫଳରେ ଉଭୟ ଦମ୍ପତି ରାଜ କିଶୋର ସାହୁ, ଓ ପତ୍ନୀ ମୀନାରାଣୀ ସାହୁ ଗୁରୁତର ହୋଇପଡ଼ିଥିଲେ l ବିଳମ୍ବିତ ରାତିରେ ତାଙ୍କୁ ତୁରନ୍ତ ବୌଦ୍ଧ ମେଡିକାଲ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଉଭୟ ଦମ୍ପତି ଙ୍କୁ ମୃତ ଘୋଷଣା କରିଥିଲେ l ଏଭଳି ଦୁଃଖଦ ଘଟଣାକୁ ନେଇ ପରିବାର ଲୋକ ମର୍ମାହତ ହୋଇ ପଡ଼ିଥିଲେ l ଏପଟେ ପରିବାର ଲୋକ ଖବର ପାଇ ବୌଦ୍ଧ ପହଁଚି ଥିବା ବେଳେ ଗଣିଆରେ ବାପା ବଲ୍ଲଭ ସାହୁଙ୍କ ମୃତ୍ୟୁ ପରେ ପରିବାର ଲୋକ ଶବ ସତ୍କାର କରିଥିଲେ । ପରେ ଗୁରୁବାର ସନ୍ଧ୍ୟl ସମୟରେ ପୁଅ ଓ ବୋହୂ ଙ୍କ ଶବ ଆମ୍ବୁଲାନ୍ସ ଯୋଗେ ନିଜ ଘରକୁ ଫେରିଥିଲl l ତେବେ ଏଭଳି ଘଟଣାକୁ ନେଇ ପରିବାର ଓ ଗଣିଆ ଅଞ୍ଚଳରେ ଶୋକର ଛାୟ ଖେଳିଯାଇଛି ।

More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ