ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ କିଶୋର ପ୍ରସାଦ ଗ୍ରାମପଂଚାୟତ ରେ ଥିବା ଡ଼, ଆରସି ସାମନ୍ତରାୟ ମହାବିଦ୍ୟାଳୟ ରେ ମଙ୍ଗଳବାର ଦିନଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି,ଏହି ବୈଠକ ରେ ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନ, ବରିଷ୍ଠ ନାଗରିକ ମଞ୍ଚରେ ସଭାପତି ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ମିଶ୍ର,କିଶୋର ପ୍ରସାଦ ଗ୍ରାମପଂଚାୟତ ସରପଞ୍ଚ ଶ୍ରୀମତୀ ଗୀତାରାଣୀ ବେହେରା, ବରିଷ୍ଟ ନାଗରିକ ପଞ୍ଚାନନ ବେହେରା, ଗଣିଆ ଥାନା ଏସଆଇ ମନୋରଞ୍ଜନ ପ୍ରଧାନ ସମେତ କିଶୋର ପ୍ରସାଦ ଗ୍ରାମପଂଚାୟତ ରୁ 50ରୁ ଉର୍ଦ୍ଧ ଲୋକ ଉପସ୍ଥିତ ଥିଲେ,ବରିଷ୍ଠ ନାଗରିକ ମାନେ ପ୍ରତେକ କ୍ଷେତ୍ରରେ କିପରି ସୁବିଧା ସୁଯୋଗ ପାଇ ପାରିବେ ତା ଉପରେ ଆଲୋଚନା କରାଯାଇଥିଲା,ଯଦି କୌଣସି ଜାଗାରେ ବରିଷ୍ଟ ନାଗରିକ ମାନେ ଅସୁବିଧା ହୁଅନ୍ତି, ତୁରନ୍ତ ଗଣିଆ ଥାନା ଅଧିକାରୀ କୁ ଯୋଗାଯୋଗ କରିବାକୁ କହିଥିଲେ, ଆଜିର ଏହି ଅଧିବେଶନ ମହାବିଦ୍ୟାଳୟ ପରିସରରେ ଆୟୋଜନ କରିବାକୁ ସଯୋଗ ଦେଇ ଥିବାରୁ ମହାବିଦ୍ୟାଳୟ ର ଅଧକ୍ଷ ମଳୟ କୁମାର ପଣ୍ଡା କୁ ଧନ୍ୟବାଦ ଜଣାଇଥିଲେ,
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା