ଗଣିଆ: (ମନୋରଞ୍ଜନ ମଳିକ )- ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଛାମୁଣ୍ଡିଆ ବନ ବିଭାଗ ପକ୍ଷରୁ ଗୁରୁବାର ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ବିଭାଗ ର ବନlଞ୍ଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ତତ୍ତ୍ଵl ବଧlନ କ୍ରମେ ବନପାଳ ପ୍ରତାପ କୁମାର ସେଠୀ, ଲୋକନାଥ ସେଠୀ , ସଞ୍ଜୟ କୁମାର ରାଉତ, କାଳନ୍ଦୀ ସlଥୁଆ , ମନୋରଞ୍ଜନ କହଁର, ବନରକ୍ଷୀ ଅନିତା ଦୁର୍ଗା ,ଙ୍କ ସମେତ ସରପଂଚ ଦିପ୍ତିରେଖ ସେନାପତି , କୁଞ୍ଜବିହାରୀ ସରକାରୀ ପ୍ରଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନାରାୟଣ ଦଳେଇ, ସହକାରୀ ଶିକ୍ଷକ ଭ୍ରମର ବର ଦଳେଇ , ମହେଶ୍ୱର ଦଳେଇ ଙ୍କ ସମେତ ଛାତ୍ରଛାତ୍ରୀ ମlନେ ହାତରେ ପ୍ଲା କାର୍ଡ ଧରି ବନ ବିଭାଗ କାର୍ଯ୍ୟଳୟ ଠାରୁ ବାହାରି ଛାମୁଣ୍ଡିଆ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିଥିଲେ l ପରିବେଶ ସୁରକ୍ଷା ହେଲେ ଆମେ ସୁରକ୍ଷିତ ରହିବା ବୋଲି ସ୍ଳୋଗାନ ଦେଇଥିଲେ l ବିଶ୍ଵ ପରିବେଶ ଦିବସ ରେ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଉଥିଲା l ବୃକ୍ଷ ହିଁ ଆମ ଜୀବନର ହୃତପିଣ୍ଡ, ଏହାର ସୁରକ୍ଷା ହେଲେ ସମସ୍ତ୍ ପ୍ରାଣୀ ଜଗତ ସୁସ୍ଥ ଅମ୍ଳଜାନ ଗ୍ରହଣ କରି ସୁସ୍ଥ ଜୀବନ ଗଢ଼ିପରିବା ବୋଲି ଆହ୍ବାନ ଦେଇଥିଲେ l
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା