ଭୁବନେଶ୍ୱର: ‘ପ୍ରଗତି’ ଦଳର ସପ୍ତମ ପ୍ରତିଷ୍ଠା ଦିବସ ମା’ର ସମ୍ମାନ ଦେଶର ସମ୍ମାନ ଆମର ସଂକଳ୍ପ ମଦମୁକ୍ତ ଓଡ଼ିଶା, ନିଶା ହିଁ ବିନାଶର ସମସ୍ତ କାରଣ ନିଶା ଯୋଗୁଁ ଗାଁ ବିକଶିତ ଓ ଓଡ଼ିଶାର ବିକାଶ ଅସମ୍ଭବ ମଦ ଦ୍ୱାରା ଆଜି ସମାଜରେ ବିଭିନ୍ନ କୁ-ପ୍ରଭାବ ପଡ଼ିବା ସହିତ ନାରୀ ନିର୍ଯ୍ୟାତନା ଗଣ ଦୁଷ୍କର୍ମ ଶିଶୁ କନ୍ୟାଠାରୁ ନେଇ ବୃଦ୍ଧା ଦୃଷ୍ଟିହୀନ-ଦିବ୍ୟାଙ୍ଗ ପର୍ଯ୍ୟନ୍ତ ଅପହରଣ ହତ୍ୟା ରାହାଜାନି ସଡ଼କ ଦୁର୍ଘଟଣା ପାରିବାରିକ ହିଂସା ଦିନକୁ ଦିନ ବଢ଼ିଚାଲିଛି ମାତୃଶକ୍ତି ଅସୁରକ୍ଷିତ ଓ ଅଭିଶପ୍ତ ଗାଁରୁ ସହର ସବୁଠି ମଦ ବିକ୍ରି ଚାଲିଛି ରାଜସ୍ୱ ଆଳରେ ପ୍ରତ୍ୟେକ ପରିବାରକୁ ଛାରଖାର କରିଦିଆ ଯାଇଛି ଯୁବସମାଜ ପ୍ରଥଭ୍ରଷ୍ଟ ହୋଇପଡ଼ିଛନ୍ତି ସ୍କୁଲ ଛାତ୍ରୀମାନଙ୍କ ପ୍ରତି ହୋଇଥିବା ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଅତି ଲଜ୍ଜାର ବିଷୟ ବୋଲି ଗୁରୁବାର ବୁଲନ ଭାଇ ସେବା ଭବନ ପରିସରେ ଓଡ଼ିଶା ‘ପ୍ରଗତି’ ବନର ସପ୍ତମ ପ୍ରତିଷ୍ଠା ଦିବସରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ଦଳର ସଭାପତି ଜନ୍ମେଜୟ ରୋହିଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ଶିକ୍ଷାବିତ୍ ଡଃ ନରେନ୍ଦ୍ର ନାଥ ମିଶ୍ର ଅତିଥି ଭାବେ ଯୋଗଦାନ କରିଥିଲେ ମଦ ପାଇଁ ବିକାଶ ନାମରେ ବିନାଶ କାହା ସ୍ୱାର୍ଥରେ ଦୁଃଖର ପରିତାପର ବିଷୟ ଓଡ଼ିଶାବାସୀ ସବୁ କିଛି ଜାଣି ଚୁପ୍ ବସିଛନ୍ତି ଓଡ଼ିଶାକୁ ପ୍ରଗତିର ଶିଖରରେ ପହଁଞ୍ଚାଇବା ପାଇଁ ମାତୃଶକ୍ତି, ଯୁବପିଢ଼ି ଏହାର ନେତୃତ୍ବ ନିଅନ୍ତି ବୋଲି ଦଳର ସଭାପତି ଜନ୍ମେଜୟ ରୋହିଦାସ ଆହ୍ବାନ କରିଛନ୍ତି ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ମଦ, ଗଞ୍ଜାଇ, ବ୍ରାଉନସୁଗାର, ଚରସ, ଅଫିମ ଇତ୍ୟାଦି ନିଶାଦ୍ରବ୍ୟ ବିକ୍ରି ବୃଦ୍ଧି ପାଉଛି ଗାଁରେ ମଦର ବନ୍ୟା ଯୋଗୁ ଅଶ୍ଳୀଳତା ବୃଦ୍ଧି ପାଉଛି ଓ ଯୁବପିଢ଼ି ପଥଭ୍ରଷ୍ଟ ହୋଇ ବିଭିନ୍ନ ହିଂସା କାଣ୍ଡ ଆଦି ଭିଆଉଛନ୍ତି ଘରେ ଘରେ ହିଂସା ବଢ଼ିଚାଲିଛି ପରିବାର ଛାରଖାର ହୋଇଯାଉଛି ମା’ମାନଙ୍କର ସ୍ୱାସ୍ଥ୍ୟ ସେବା, ଲିଙ୍ଗଗତ ଭେଦଭାବରୁ ସ୍ବାସ୍ଥ୍ୟ ଅଧିକାରରୁ ବଞ୍ଚିତ ରାଜସ୍ଵ ଆଳରେ ସରକାରଙ୍କ ଯୋଗୁଁ ପ୍ରତିଦିନ ନାରୀ ନିର୍ଯ୍ୟତନା, ଯୌନଶୋଷଣ, ଶିଶୁ ଧର୍ଷଣ, ହିଂସା, କମ୍ ବୟସରେ ଗର୍ଭଧାରଣ, ଧର୍ଷଣ, ଗଣଧର୍ଷଣ ପରେ ହତ୍ୟା ବଢ଼ି ଚାଲିଛି ରାଜ୍ୟବାସୀ ସଂକଳ୍ପ ନେଇ ମା’ର ସମ୍ମାନ ଦେଶର ସମ୍ମାନ ଅଭିଯାନ ଯାତ୍ରାରେ ସାମିଲ ହୋଇ ୧୯୫୬ ସମ୍ପୂର୍ଣ ନିଶା ନିବାରଣ ଆଇନ ତୁରନ୍ତ ଲାଗୁ କରିବା ପାଈଁ ଗାଁରୁ ସହର ପର୍ଯ୍ୟନ୍ତ ଘରେ ଘରେ ମଦ, ଗଞ୍ଜେଲ, ବ୍ରାଉନ ସୁଗାର, ଚରସ, ଅଫିମ୍ ଇତ୍ୟାଦି ନିଶାଦ୍ରବ୍ୟ ବନ୍ଦ କରିବା ମଦମୁକ୍ତ ଗ୍ରାମ ପଞ୍ଚାୟତ, ମଦମୁକ୍ତ ଓଡ଼ିଶା, ନିଶା ହଟାଓ ଓଡ଼ିଶା ବଞ୍ଚାଅ, ପ୍ରତ୍ୟେକ ଜୀବନ ମୁଲ୍ୟବାନ ଏଣୁ ସମସ୍ତେ ପ୍ରୟାସ କରି ମଦ ଜନିତ ମୃତ୍ୟୁରୁ ଓଡ଼ିଶାବାସୀଙ୍କୁ ରକ୍ଷା କରିବା ମାତୃଶକ୍ତି ଓ ଯୁବପିଢ଼ି ସଚେତନ ହୋଇ ନିଶା ବିରୋଧରେ ଅନ୍ୟାୟ, ଅତ୍ୟାଗର, ନାରୀ ନିର୍ଯ୍ୟାତନା, ଦୁର୍ଷମ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାର ସମୟ ଆସିଛି ଏହି ଉତ୍ସବରେ ଓଡ଼ିଶା ‘ପ୍ରଗତି’ ଦଳର ରାଜ୍ୟ ସାଧାରଣ ସମ୍ପାଦନ ଲିଙ୍ଗରାଜ ଦାସ, ଦାମୋଦର ଭିତିରିଆ, ପ୍ରଶାନ୍ତ ପଟ୍ଟନାୟକ, ପ୍ରତିମା ପଟ୍ଟନାୟକ, ଭାନୁମତୀ ନାୟକ, ଅପୁରୀ ପଟ୍ଟନାୟକ, ପୂଜାରାଣୀ ସେଠୀ ଉପସ୍ଥିତ ଥିଲେ
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ