June 26, 2025

Utkal Sambad

‘ପୋଲିସ ବାବୁ ୨’ର ଅଡିଓ ଲୋକାର୍ପଣ

ଭୁବନେଶ୍ବର : ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକ ଧାରାବାହିକ ନୁହେଁ ବରଂ ଭିନ୍ନ ଭିନ୍ନ ରୋଚକ କାହାଣୀକୁ ନେଇ ନିର୍ମିତ ଫିଲ୍ମ ଦେଇ ଓଡ଼ିଶାର ଦର୍ଶକଙ୍କ ମନ ଜିତିଛି । ଆସନ୍ତା ୧୧ ତାରିଖ ରବିବାର ସନ୍ଧ୍ୟା ୬:୩୦ ଦେଖିବେ ପୋଲିସ ବାବୁ ୨‘ କେବଳ ଜୀ ସାର୍ଥକରେ । ସମରେଶ ରାଉତରାୟ ପ୍ରଯୋଜିତ ଓ ଶୈଳେନ୍ଦ୍ର ପରିଡା ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଡଃ ରଜନୀ ରଞ୍ଜନ ।  ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଓଡ଼ିଶାର ଲୋକପ୍ରିୟ କଳାକାର ମଣ୍ଟୁ, ଅନୁରାଧା ଓ ସମରେଶ ରାଉତରାୟ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡଲି ରଥ ଓ ଗୀତ ଗୁଡିକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର ଓ ବାପୁ ଗୋସ୍ଵାମୀ । କଣ୍ଠଦାନ କରିଛନ୍ତି ଲିପ୍ସା , କୁଳଦୀପ, ଅନନ୍ୟା, ସୁଶାନ୍ତ, ଅନୁରାଧା ଏବଂ ନେହା ନିହାରିକା l ଦର୍ଶକଙ୍କର ଇଚ୍ଛା ଓ ରୁଚି ଦେଖି ନିଚ୍ଛକ କାହାଣୀ ବା ୟୁନିକ କନସେପ୍ଟ ଥିବା ଫିଲ୍ମକୁ ଗୁରୁତ୍ଵ ଦେଇ ଆମେ ଆଣିଛୁ ଏହି ଫିଲ୍ମ ତେଣୁ  ଏହି ଫିଲ୍ମଟି ଆମର ସବୁ ଫିଲ୍ମ ପରି ଦର୍ଶକଙ୍କ ମନ ଜିତିବ ବୋଲି ମୋର ଆଶା ଓ ବିଶ୍ବାସ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ୍ ।