March 18, 2026

Utkal Sambad

ପୋଲାଭରମ ସମସ୍ୟା: କ’ଣ କରୁଛି ସରକାର: ବାହିନୀପତି

ଭୁବନେଶ୍ୱର: ନୀତି ଆୟୋଗ ବୈଠକକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଓଡିଶାରୁ ୨୦ ଏମ୍‌ପି ଯାଇଛନ୍ତି। ତେଣୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ପୋଲାଭରମ ଓ ସତନ୍ତ୍ର ପ୍ୟାକେଜ ମାଗନ୍ତୁ । ୫୦ ହଜାର କୋଟି ଓଡ଼ିଶାକୁ ଦେବାକୁ ଦାବି କରନ୍ତୁ। ସେହିପରି କୋଇଲା ରୟାଲଟି ବୃଦ୍ଧି କରିବା ଦାବି ଉଠାନ୍ତୁ ବୋଲି ତାରା କହିଛନ୍ତି। ପ୍ରତ୍ୟେକ ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବା ଲାଗି ସେ ଦାବି କରିଛନ୍ତି। ପୋଲାଭରମ ପାଇଁ ବର୍ତ୍ତମାନ ସରକାର କ’ଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ପୋଲାଭରମ ସମସ୍ୟାରେ ମୋଟୁ ପଡିଆ, ଆଦିବାସୀ ଅଞ୍ଚଳ ଜମି ବୁଡିବନି ଘର ବୁଡିବନି ଭାଜପା ପ୍ରତିଶ୍ରୁତି ଦେଇକି ଜିତିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହସ୍ତକ୍ଷପ କରନ୍ତୁ, ପ୍ରଧାନମନ୍ତ୍ରୀ ସହ ଆଲୋଚନା କରନ୍ତୁ ।