ଭୁବନେଶ୍ବର: ପୁଲୱାମା ସହିଦ ଦିବସର ବୀର ଯବାନଙ୍କ ସ୍ମୃତିରେ ଅଳ୍ପ ଓଡ଼ିଶା କଣ୍ଟ୍ରାକ୍ଟର ଖେଲଫେୟାର ଆସୋସିଏସନ୍ (ଏଓସିଡବ୍ଲ୍ୟୁଏ) ଓ ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନ୍ (ଏଓସିଏ) ଏବଂ ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟିର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା I
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ରକ୍ତଦାନ କରି ଆଗେଇ ଆସିଥିବା ସ୍ୱେଚ୍ଛାସେବୀ, ଦାତା ଓ ନିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ବହୁ ମାତ୍ରାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହି ଶିବିରକୁ ପୂର୍ବ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଆରଡି, ପିଆର ଓ ଡିଡବ୍ଲ୍ୟୁ ମନ୍ତ୍ରୀ ରବି ନାରାୟଣ ନାୟକ, ଏକାମ୍ରର ମାନ୍ୟବର ବିଧାୟକ ବାବୁ ସିଂ, ଭଟଲିର ମାନ୍ୟବର ବିଧାୟକ ଇରାସିସ୍ ଆଚାର୍ଯ୍ୟ, ଭୁବନେଶ୍ବର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉଦ୍ ଘାଟନ କରିଥିଲେ । ଏଓସିଡବ୍ଲ୍ୟୁଏର ମୁଖ୍ୟ ଉପଦେଷ୍ଟା ଶ୍ରୀ ଜଗନ୍ନାଥ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ପୁଲଓ୍ବାମା ଆକ୍ରମଣରେ ଯବାନଙ୍କ ବଳିଦାନ ଆମ ହୃଦୟରେ ଚିରସ୍ମରଣୀୟ ହୋଇରହିଛି। ଏହି ମହାନ ପଦକ୍ଷେପ ମାଧ୍ୟମରେ ଆମେ କେବଳ ସେମାନଙ୍କ ସ୍ମୃତିକୁ ସମ୍ମାନ ଦେଉନାହୁଁ ବରଂ ରକ୍ତଦାନ ମାଧ୍ୟମରେ ଅନ୍ୟର ଜୀବନ ବଞ୍ଚାଇବାରେ ମଧ୍ୟ ଯୋଗଦାନ କରୁଛୁ।
ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏଭଳି ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ରକ୍ତ ଦାନ ହେଉଛି ଏକ ମହତ କାମ । ସହିଦଙ୍କ ସ୍ମୃତିରେ ଏହି ଅର୍ଥପୂର୍ଣ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଏଓସିଡବ୍ଲ୍ୟୁଏ, ଏଓସିଏ ଏବଂ ରେଡ୍ କ୍ରସ୍ ସୋସାଇଟିର ପ୍ରୟାସକୁ ମୁଁ ପ୍ରଶଂସା କରୁଛି।
ଏହି ଶିବିରରେ ଇଞ୍ଜିନିୟର, କଣ୍ଟ୍ରାକ୍ଟର, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକଙ୍କ ସମେତ ବିଭିନ୍ନ ବ୍ୟକ୍ତି ସକ୍ରିୟ ଅଂଶଗ୍ରହଣ କରିଥିବା ସହିତ ଅନେକ ପ୍ରଥମଥର ପାଇଁ ରକ୍ତଦାନ କରିଥିଲେ। ରବି ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରି କହିଲେ, ଆଜି ଦାନ କରାଯାଇଥିବା ପ୍ରତ୍ୟେକ ରକ୍ତ ବୁନ୍ଦା ଜୀବନ ବଞ୍ଚାଇବା ଦିଗରେ ଏକ ପଦକ୍ଷେପ। ନିଃସ୍ବାର୍ଥପରତା ଏବଂ ଦେଶପ୍ରେମର ଭାବନାକୁ ବଜାୟ ରଖୁଥିବା ଏହି ପଦକ୍ଷେପର ଅଂଶ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି।
ଏକାମ୍ରର ମାନ୍ୟବର ବିଧାୟକ ବାବୁ ସିଂ ମଧ୍ଯ ସମର୍ଥନ ଜଣାଇ କହିଛନ୍ତି ଯେ, ଏହି ରକ୍ତଦାନ ଶିବିର କେବଳ ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ଏହା ସ୍ମରଣ କରାଇ ଦେଉଛି ଯେ ଆମେ ସବୁ ପ୍ରକାର ଦେଶ ସେବା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ ।
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା