June 26, 2025

Utkal Sambad

ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏତଲା

ଭୁବନେଶ୍ୱର: ସମଗ୍ର ଭୁବନେଶ୍ୱର ସହରର ବିଷକୁ ଗଙ୍ଗୁଆ ନେଇ ଦୟା ନଦୀରେ ପକାଉଛି l ସେହି ଦୟା ନଦୀର ବିଷାକ୍ତ ପାଣି ବ୍ୟବହାର କରି କଣାସ ଅଂଚଳର ଚାରି ଜଣ ମୃତ୍ୟୁ ବରଣ କରିବା ସହ କିଛି ଲୋକ ଡାକ୍ତର ଖାନା ରେ ମୃତ୍ୟୁ ସହ ସଂଗ୍ରାମରତ, ଅନେକ ଡାକ୍ତର ଖାନା ରେ ଚିକତ୍ସାଧୀନ l l ଦୟା ନଦୀର ଦୁଇ କୁଳରେ ପ୍ରାୟ ୧୦୦ରୁ ଉର୍ଦ୍ଧ ଗାଁର ଲୋକ ଦୟାର ଦୂଷିତ ପାଣିକୁ ପିଇବା,ଗାଧୋଇବl,ରୋଷଇ, କୃଷି,ମାଛ ମାରିବା ଆଦି ପାଇଁ ଆବାହମାନ କାଳରୁ ବ୍ୟବହାର କରି ପାରୁନାହାନ୍ତି l ପୁରୀ ଜିଲ୍ଲାପାଳଙ୍କୁ ଏବିଷୟରେ ବାରମ୍ବାର ଦୟା ସୁରକ୍ଷା ଅଭିଯାନ ତଥା ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ଦାବି କରା ଯାଇଛି l ଲିଖିତ ଆକାରରେ ଜିଲ୍ଲା ପ୍ରଶାସନକୁ ଦିଆ ଯାଇଛି l ମାତ୍ର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି କିମ୍ବା ବିହିତ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି l ଜିଲ୍ଲାପାଳ ଙ୍କ ଏହି ଅବହେଳା ଭାରତୀୟ ନ୍ୟାୟ ସଂହିତା ର ୧୦୬ ଧାରା ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ l ତେଣୁ ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୁଇ ସଂଗଠନର କର୍ମକର୍ତ୍ତା ମାନେ ପିପିଲି ଥାନା ଅଧିକାରୀ ଙ୍କୁ ଏତଲା ଦେବା ସମୟରେ ଦାବି କରିଛନ୍ତି l
ପ୍ରକାଶ ଥାଉ କି ଗତକାଲି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ଦୟା ସୁରକ୍ଷା ଅଭିଯାନ ଅଧକ୍ଷ ସଚିକାନ୍ତ ପ୍ରଧାନ, କିସାନ ପଟନାୟକ ଆଦି ମୃତ୍ୟୁ ବରଣ କରିଥିବା ନୂଆଗାଁ ଓ ନଈକୂଳ ପାଟଣା, ଜାଗୁଳେଇ ପଦର ଆଦି ଗାଁକୁ ଯାଇ ସ୍ଥିତି ପରଖିବା ପରେ ଏପରି ଚିନ୍ତାଜନାକ ଘଟଣା ପରେ ଲୋକଙ୍କ ଏହି ଦୁର୍ଦଶା ପାଇଁ ଜିଲ୍ଲାପାଳ ସମ୍ପୂର୍ଣ ଦାୟୀ ବୋଲି ଅନୁଭବ କରି ତାଙ୍କ ବିରୁଦ୍ଧରେ କଣାସ ଥାନାରେ ଏକ ଏତଲା ଦେଇଥିଲେ l ଗଙ୍ଗୁଆର ଜହର ପାଣି ପୁରୀ ଜିଲ୍ଲା କଣ୍ଟି ଠାରେ ଦୟାରେ ମିଶୁଛି l ପୁରୀ ଜିଲ୍ଲାରେ ଏହି ବିଷାକ୍ତ ପାଣିକୁ କୌଣସି ବିଶୋଧନ ନକରି ସାଧାରଣ ଲୋକଙ୍କୁ ବ୍ୟବହାର ପାଇଁ ଦେଉଥିବା ହେତୁ ଆଜି ପିପିଲି ଥାନାରେ ଥାନାଧିକାରୀ ସୌମେନ୍ଦୁ ତ୍ରିପାଠୀଙ୍କୁ ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି l ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ପିପିଲି ଥାନାରେ ଏତଲା ଦେବା ସମୟରେ ସୁଦର୍ଶନ ଦାସ, ପ୍ରସନ୍ନ ବିଷୋୟୀ, ସଚିକାନ୍ତ ପ୍ରଧାନ, କିସାନ ପଟନାୟକ,ଅଶୋକ ପାଇକରାୟ,ଗୋବିନ୍ଦ ବେହେରା, ଦୀପକ ପ୍ରଧାନ, ଜୟକୃଷ୍ଣ ଜେନା, ଦାସ ବେହେରା, ରାଜକିଶୋର ପରିଡା,ନିରଞ୍ଜନ ବଳ,ଗଙ୍ଗାଧର ସାହୁ, ପ୍ରଶାନ୍ତ ସାମନ୍ତରାୟ, କାଙ୍ଗାଳି ଘଡେଇ, ବିଭୁତି ମିଶ୍ର ଙ୍କ ସହ ଅନେକ ସ୍ଥାନୀୟ ସାମାଜିକ କର୍ମୀ ଉପସ୍ଥିତ ଥିଲେ l