ନୂଆଦିଲ୍ଲୀ: ଭୂ ରାଜନୈତିକ ସମସ୍ୟା ଓ ଦର ବୃଦ୍ଧି ସମସ୍ୟା ମଧ୍ୟରେ ଭାରତୀୟ ନିବେଶ ବଜାର ବେଶ୍ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ଦିନକରେ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବଜାରରେ ଯୋଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ସୋମବାରର ଶେୟାର ବଜାର କାରବାର ଶେଷ ପରେ ନିବେଶକ ପୁଞ୍ଜି ବଜାରରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ଯୋଡ଼ିଛନ୍ତି। ଫଳରେ ପୁଞ୍ଜିବଜାରର ପରିମାଣ ୪୬୨.୪୦ ଲକ୍ଷ କୋଟିରେ ପହଞ୍ଚତ୍ଛି। ପୂର୍ବ କାର୍ଯ୍ୟଦିବସର ଫଳାଫଳ ପରେ ବଜାର ପରିମାଣ ପ୍ରାୟ ୪୬୦.୪୦ ଲକ୍ଷ କୋଟି ଟଙ୍କାରେ ଥିଲା। ସେହିଭଳି କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ହେଉଥିଲାବେଳେ ନିବେଶକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନସେକ୍ସ ପ୍ରାୟ ୬୧୨ ପଏଣ୍ଟ ବଢି ୮୧,୬୯୮ ଅଙ୍କରେ ରହିଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ବା ଏନ୍ଏସ୍ଇ ନିଫ୍ଟି ୨୫,୦୦୦ ଅଙ୍କ ଉପରେ ରହିଛି।
More Stories
ଜିଓରେ ନିବେଶ କରିବା ମୋ ଜୀବନର ସବୁଠାରୁ ବଡ ରିସ୍କ ଥିଲା: ମୁକେଶ ଅମ୍ବାନୀ
ଗୋ-ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ ସମ୍ମିଳନୀ
ଟ୍ରାଇ ଡ୍ରାଇଭ୍ ଟେଷ୍ଟରେ କଟକ ସହରରେ ଜିଓର ସର୍ବାଧିକ ହାରାହାରି ଡାଉନଲୋଡ୍ ସ୍ପିଡ୍ ହାସଲ