March 18, 2026

Utkal Sambad

ପାଣ୍ଡିଆନ, ନବୀନଙ୍କ ନାଁରେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ  କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ହୋଇଛି  । ଏ ନେଇ ଜଣେ ଆଇନଜୀବୀ ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୋ ସ୍କୁଲ ଓ ଝୋଟ ବ୍ୟାଗ ବଣ୍ଟନରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ହୋଇଛି । ତଦନ୍ତ କରି ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ଆଇନଜୀବୀ ଦାବି କରିଛନ୍ତି। ନିର୍ବାଚନ ପୂର୍ବରୁ  ସରକାର ଶହ ଶହ କୋଟିର ଝୋଟ ବ୍ୟାଗ ବାଣ୍ଟଥିିଲେ। ବିଧାନସଭାରେ ଝୋଟ ବ୍ୟାଗ ବଣ୍ଟନ ଖର୍ଚ୍ଚ ନେଇ ହୋସ ଉଡ଼ାଇବା ଭଳି ତଥ୍ୟ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ତଥ୍ୟ ଦେଇ ମନ୍ତ୍ରୀ କହିଥିଲେ ଏ ବାବଦରେ ଖର୍ଚ୍ଚ ହୋଇଥିଲା ୨୪୭ କୋଟି ୩୬ ଲକ୍ଷ ଟଙ୍କା ।