March 17, 2026

Utkal Sambad

ପବିତ୍ର ଜନ୍ମାଷ୍ଟମୀ

ପ୍ରତିମା ମହାରଣା

ଆଜି ଜନ୍ମାଷ୍ଟମୀ ଲାଗିଛି ଗହଳି
କହେଁଇ ଆସିଛି ମରତପୁର ll
ନନ୍ଦ ଘରେ ଆଜି କଳା ଗୋବିନ୍ଦ ଲୋ
ଉଚ୍ଛନ୍ନ ମନ ତ ଯଶୋଦା ମାଆର
କହେଁଇ ଆସିଛି ମରତପୁର ll
କେତେ ସାଜସଜ୍ଜା କେତେ ଆଡମ୍ବର
ସଜେଇ ହୋଇଛି ଗୋପନଗର
କହେଁଇ ଆସିଛି ମରତପୁର ll
ସାରା ସଂସାରଟା ବାସୁଛି ଚନ୍ଦନ
ମହକି ଯାଉଛି ଘରଦୁଆର
କହେଁଇ ଆସିଛି ମରତପୁର ll
ବଳିଆ ହସୁଛି କାହ୍ନlକୁ ଦେଖି ଲୋ
କି ଲୀଳା ରଚୁଛି କଳାଠାକୁର
କହେଁଇ ଆସିଛି ମରତପୁର ll
କଂସକୁ ମାରିବ ପାପ ବିନାଶିବ
ନାଶ କରିଦେବ ପାପ ଧରାର
କହେଁଇ ଆସିଛି ମରତପୁର ll
ତା ମାୟା ଛନ୍ଦରେ କିଏ ବା ପଶିବ
କ୍ଷଣିକରେ ରଚେ ଯାଦୁ ମନ୍ତର
କହେଁଇ ଆସିଛି ମରତପୁର ll

କୋରାପୁଟ