ଗଣିଆ – (ମନୋରଞ୍ଜନ ମଳିକ )-ଗଣିଆରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଗଣିଆ ଉନ୍ନୟନ କମିଟି ପରିସରରେ ପଞ୍ଚାୟତ ରାଜ ବ୍ୟବସ୍ଥା ଏବଂ ମହିଳା ନେତୃତ୍ବ ବିକାଶ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ଡଃ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ଗଣିଆ ଉନ୍ନୟନ କମିଟି ସଭାପତି ଉଷା ପଟ୍ଟନାୟକଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ, ସ୍ବେଛାସେବୀ ସଂଗଠନ ତଥା ନାରୀନେତ୍ରୀ ଉପସ୍ଥିତ ଥିଲେ । ଗଣିଆ ଉନ୍ନୟନ କମିଟିର ସଭାପତି ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ । ପଞ୍ଚାୟତ ରାଜ ଅଧିନରେ ମହିଳା ମାନଙ୍କର ନେତୃତ୍ବ ନିହାତି ଜରୁରୀ ହୋଇପଡ଼ିଥିବା ବେଳେ ଏଥିପାଇଁ ମହିଳା ମାନେ ଆଗଭର ହେବା ଆବଶ୍ୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ମହିଳା ମାନଙ୍କ ପାଇଁ ଅନେକ ଯୋଜନା କରିବା ସହିତ ମହିଳା ମାନେ କିପରି ସ୍ବାବଲମ୍ବୀ ହୋଇପାରିବେ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ପ୍ରଦାନ କରିଥିଲେ ବୋଲି ଅତିଥି ମାନେ ମତ ଦେଇଥିଲେ । ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳା ମାନଙ୍କର ବିକାଶ ସମ୍ପର୍କରେ ନୟାଗଡ଼ ବିଧାୟକ ଡଃ ସାହୁ ଅନେକ ଅଭିଭାଷଣ ପ୍ରଦାନ କରିଥିଲେ ଯାହାକି ଉପସ୍ଥିତ ମହିଳାଙ୍କୁ କିଛି ଶିଖିବାର ଖୋରାକ ଯୋଗାଇଥିଲା । ନେତୃତ୍ବ ନେଇଥିବା ବଡ଼ କଥା ନୁହେଁ କିନ୍ତୁ ତାକୁ କାର୍ଯ୍ୟକାରୀ କରି ସଫଳତା ଲାଭ କରିବା ବଡ଼କଥା ବୋଲି ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ମେଳାକୁ ଅତିଥି ମାନଙ୍କ ଦ୍ବାରା ଉଦଘାଟନ କରାଯିବା ସହିତ ଉପସ୍ଥିତ ଅତିଥି ଏବଂ ଜନସାଧାରଣଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥିବା ଅତିଥି ମାନେ ଜଣାଇଥିଲେ । ଗଣିଆ ଉନ୍ନୟନ କମିଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାୟ ୨୦୦ରୁ ଅଧିକ ସଂଖ୍ୟକ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା