June 26, 2025

Utkal Sambad

ନୟାଗଡ ଜ଼ିଲ୍ଲା ଏଡିଇଓ ସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ନୟାଗଡ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ସଦର ବ୍ଲକ ର ମୂଥା ଗାଡ଼ିଆ କଲ୍ୟାଣୀ ମଣ୍ଡପ ଠାରେ ନୟାଗଡ ଜ଼ିଲ୍ଲା ଏଡିଇଓ ସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି, ସଭାପତି ବାଦଲ କୁମାର ଷଡ଼ଙ୍ଗୀ ଙ୍କ ତତବଧାନରେ ଅନୁଷ୍ଠିତ ବୈଠକ ରେ ସଂଘ ର ପରିଚାଳନା ପାଇ ନୂତନ କମିଟି ଗଠନ ହୋଇଛି, ସଭାପତି ରୂପେ ଓଡଗାଁ ବ୍ଲକ ର ଜିତେନ୍ଦ୍ର କୁମାର ପୃଷ୍ଟି ଓ ସମ୍ପାଦକ ରୂପେ ପୂର୍ଣଚନ୍ଦ୍ର ମହାନ୍ତି କୁ ସର୍ବ ସଂମତି କ୍ରମେ ଚୟନ କରାଯାଇଛି, ସଂଘ ର ସୁପରିଚାଳନା ପାଇ ଉପଦେଷ୍ଟା ଭାବେ ବାଦଲ କୁମାର ଷଡ଼ଙ୍ଗୀ, ସରୋଜ କାନ୍ତ ରଥ, ରବୀନ୍ଦ୍ର କୁମାର ସ୍ୱାଇଁ, ଅବିନାଶ ନାୟକ, ରଶ୍ମିତା ପଣ୍ଡା, ରଶ୍ମିରେଖା ସାହୁ, ବବିତା ବସନ୍ତରା ଓ କୋଷଦକ୍ଷ ଭାବେ ରଣପୁର ବ୍ଲକ ର ନିରଞ୍ଜନ ମିଶ୍ର କୁ ମନୋନୀତ କରାଯାଇଛି, ଆଗାମୀ ଦିନରେ ସଂଘ ର ସମସ୍ତ କାର୍ଯ୍ୟକ୍ରମ କୁ ସମସ୍ତ ସଭ୍ୟ ଙ୍କ ମତାମତ କୁ ଗ୍ରହଣ କରି ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇ ସଂଘ ର ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟି ମତାମତ ରଖିଥିଲେ, ପରିଶେଷରେ ରଣପୁର ବ୍ଲକ ସଭାପତି ପୂର୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |