March 17, 2026

Utkal Sambad

ନୂଆ ସରକାରରେ କିଛି ନୂତନତ୍ୱ ନାହିଁ: କଂଗ୍ରେସ

ଭୁବନେଶ୍ୱର: ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ ନାଁ ବଦଳିଲା। ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ନାଁ ବଦଳି ପଞ୍ଚଶଖା ଶିକ୍ଷା ସେତୁ ନୂଆ ଯୋଜନା ହୋଇଛି। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି। ତେବେ ‘ମୋ ସ୍କୁଲ’ ନାମ ପରିବର୍ତ୍ତନ ନେଇ ରାଜନୀତି ତେଜିଛି। ବିଜେଡି କହିଛି, ବିଜେପି ସରକାର ହେଉଛି କେବଳ ନେମ ଚେଞ୍ଜର ସରକାର । ପରେ ବିଜେଡି, କଂଗ୍ରେସ ଆକ୍ଷେପ ଉପରେ ଜବାବ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅନ୍ୟପକ୍ଷେ କଂଗ୍ରେସ କହିଛି, ନୂଆ ସରକାରରେ କିଛି ନୂତନତ୍ୱ ନାହିଁ , ବଜେଟରେ କିଛି ନୂଆ ନାହିଁ, ପୁରୁଣା ଜିନିଷକୁ ନୂଆ ନାଁ ଦେଉଛି ବିଜେପି, ସେବେ ମୋ ସ୍କୁଲ ‘ଫାଇବ ଟି’ ଥିଲା, ଏବେ ଏମାନେ କଲେ ପଞ୍ଚଶଖା, ବିଜେଡିର ‘ଫାଇବ ଟି’ରେ ପାଞ୍ଚ ଥିଲା, ଭାଜପାର ପଞ୍ଚସଖାରେ ବି ପାଞ୍ଚ ଅଛି, ଏଥିରେ ଅଧିକ କିଛି ନାହିଁ, ଖାଲି ହାଇଡ୍ରାମା କରୁଛନ୍ତି, ଲୋକଙ୍କୁ ଭେଳିକି ଦେଖାଉଛନ୍ତି, ବିଜେଡି ଯାହା କରୁଥିଲା ଭାଜପା ତାହା କରୁଛି ।